Masthead

ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଦର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନକ ପରେ ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲର ଦର । ଫଳରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପେଟ୍ରୋଲ ଲିଟର ପିଛା ୧୧୦.୧୧ ଟଙ୍କା ହୋଇଥିବା ବେଳେ ଡିଜେଲ ୧୦୫.୦୧ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ମାଲକାନଗିରି ସହରରେ ପେଟ୍ରୋଲ ୧୦୯.୧୧ ଟଙ୍କା ଏବଂ ଡିଜେଲ ୧୦୪.୭୨ ଟଙ୍କାରେ କାରବାର ହେଉଛି । ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ)ର ସୂଚନା ଅନୁସାରେ ମଙ୍ଗଳବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢିଛି ।

ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୯.୩୧ଟଙ୍କା, ପେଟ୍ରୋଲ୧୦୩.୫୨ ଟଙ୍କାରେ ପହଞ୍ଚିଛି । ସେହିପରି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ୨୫ ପଇସା ବଢିଛି । ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୧.୦୭ ଟଙ୍କା ଏବଂ ପେଟ୍ରୋଲ ୧୦୨.୬୪ ଟଙ୍କାରେ କାରବାର ହେଉଛି। ତାସହ ଚେନ୍ନାଇ, କୋଲକାତା, ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୯ରୁ ୩୨ ପଇସା ବଢି ଯଥାକ୍ରମେ ୯୫.୫୯ଟଙ୍କା, ୯୪.୧୭ ଟଙ୍କା ଏବଂ ୯୮.୮୦ ଟଙ୍କାରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ