Masthead

କୃଷକଙ୍କ ଆନ୍ଦୋଳନ ଅନେକ କ୍ଷତି କରିଥିଲା , ଆଉ ଏକ ଆନ୍ଦୋଳନ ହେଲେ ପୁଣି ପ୍ରଭାବିତ ହେବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ତୁଟୁ ନାହିଁ କୁସ୍ତିଯୋଦ୍ଧାଙ୍କ ବିବାଦ । ଏବେ ବି ଧାରଣାରେ ରେସଲର । ସେପଟେ ଯୌନ ନିର୍ଯ୍ୟାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜଭୂଷଣ ଶରଣସିଂହଙ୍କୁ ଗିରଫ କରାଯାଇନାହିଁ । ଯାହାକୁ ନେଇ ଆନ୍ଦୋଳନରତ ରେସଲରମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ରବିବାର ଖାପ୍ ମହାପଞ୍ଚାୟତରେ ଯାହା ନିଷ୍ପତ୍ତି ନିଆଯିବ ତାହା ଦେଶର ସ୍ୱାର୍ଥ ପାଇଁ ବିପଜ୍ଜନକ ହେବ ବୋଲି ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗତ କହିଛନ୍ତି। ସେ କହିଛନ୍ତି ରବିବାର ନିଆଯିବାକୁଥିବା ନିଷ୍ପତ୍ତି ବହୁତ ବଡ଼ ହୋଇପାରେ। ଯାହାକି ଦେଶର ସ୍ୱାର୍ଥ ପାଇଁ ଭଲ ନୁହେଁ ।

ଦେଶକୁ ତାହା କ୍ଷତି ପହଞ୍ଚାଇପାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ମାମଲାକୁ ଗୋଟିଏ ମିନିଟରେ ସମାଧାନ କରାଯାଇପାରିଥା’ନ୍ତା, ତାହା ମାସାଧିକ କାଳ ପର୍ଯ୍ୟନ୍ତ ଲମ୍ବିଛି। ପୂର୍ବରୁ କୃଷକମାନଙ୍କର ଆନ୍ଦୋଳନ ୧୩ ମାସ ପର୍ଯ୍ୟନ୍ତ ଚାଲିଥିଲା ଏବଂ ତାହା ଦେଶର ଅନେକ କ୍ଷତି ଘଟାଇଥିଲା। ତେଣୁ ସେହିଭଳି ଆଉ ଏକ ଆନ୍ଦୋଳନ ହେଲେ ଦେଶ ପୁଣି ପ୍ରଭାବିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ