Masthead

ସୁଶାନ୍ତଙ୍କ ବାୟୋପିକକୁ ନେଇ ଆସିୁଛି ଫିଲ୍ମ

ମୁୁମ୍ବାଇ (ବଡ଼ ଖବର ବ୍ୟୁରୋ): ସୁଶାନ୍ତଙ୍କ ବାୟୋପିକକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଛି । ଫେମସ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ସବୁବେଳେ ବାସ୍ତବ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରନ୍ତି । ତାଙ୍କର ସବୁ ଫିଲ୍ମରେ କିଛି ନା କିଛି ପ୍ରକୃତ ଘଟଣା ଦେଖିବାକୁ ମିଳେ । ଇତିମଧ୍ୟରେ ରାମ ଗୋପାଲଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ ନିର୍ମାଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏସଆରଏସଙ୍କ ଦେହାନ୍ତ ହେବାର କିଛି ସମୟ ପରେ ଅନେକ ନିର୍ମାତା ଅଭିନେତାଙ୍କ ବାୟୋପିକ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ। ହେଲେ ଏଯାବତ କୌଣସି ସଠିକ୍ ଘୋଷଣା ହୋଇନାହିଁ । ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ ସେ ଫିଲ୍ମରେ କଣ ସାମିଲ କରିବେ । ଡ୍ରଗ୍ ଟ୍ରାଏଲ୍, ରାଜନୈତିକ ପାୱାର ପ୍ଲେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜନୀତି ଏବଂ ଏହି ମାମଲାରେ ଲାଗିଥିବା ସିବିଆଇ ଅନୁସନ୍ଧାନ ନା ଆଉ କିଛି ।

ଏହାର ଜବାବରେ ସେ କହିଥିଲେ, ‘ଏହା ହୋଇପାରେ, କିମ୍ବା ଏହା ନ ବି ହୋଇପାରେ। ମତେ ଅନେକ ଜିନିଷ ବାଛିବାକୁ ଅଛି। ମୁଁ ଭାବୁଛି ମୁଁ ଏହାକୁ ଫିଲ୍ମରେ ସାମିଲ କରିପାରିବି ।’ ହେଲେ ଏଯାବତ ସେ ଫିଲ୍ମକୁ ନେଇ ଅଧିକାରୀ ଘୋଷଣା କରିନାହାଁନ୍ତି I  ଗତ ବର୍ଷ ଜୁନ ୧୪ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ତାଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ୍ସରେ ଏଯାବତ ଯାଞ୍ଚ କରୁଛି ଏନସିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ