Masthead

ସ୍ୱପ୍ନ ଚୂରମାର କରିଦେଲା ନିଆଁ

ହାଟଡ଼ିହି (ବଡ଼ ଖବର ବ୍ୟୁରୋ):କେତେ କଣ ସ୍ୱପ୍ନ ଦେଖିଥିଲେ ଓରାଳି ଗ୍ରାମର ବିଧବା ମହିଳା ପ୍ରମିଳା ମାଝୀ। ଦିନ କେଇଟା ପରେ କରିଥାନ୍ତେ ଝିଅ ବାହାଘର। ହେଲେ ସବୁ ସ୍ୱପ୍ନ କୁ ଚୁର ମାର କରିଦେଲା କରାଳ ନିଆଁ।ଏପରି ଘଟଣା ଦେଖିବାକୁ ମିଳିଛି ହାଟଡ଼ିହି ବ୍ଲକ ଓରାଳି ପଞ୍ଚାୟତ ଓରାଳି ଗ୍ରାମ ଦକ୍ଷିଣ ସାହିରେ। ଗ୍ରାମର ପ୍ରମିଳା ଗତକାଲି ରାତି ୮ଟାରେ ରୋଷେଇ ସାରି ପୁଅକୁ ଡାକିବାକୁ ଯାଇଥିବା ବେଳେ ତାଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ଘରେ ନଥିବା ବେଳେ ପଡୋଶୀ ମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇ ନଥିଲେ। ହାଟଡ଼ିହି ରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଲିଭାଇ ଥିଲେ। କିନ୍ତୁ ସେତେବେଳକୁ ପ୍ରମିଳା ନିଜ ଝିଅ ବାହାଘର ପାଇଁ ରଖିଥିବା ସୁନା, ରୁପା ଗହଣା, ବାସନ କୁସନ ସମେତ ସମସ୍ତ ଗୃହୁଉପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ଏପରିକି ଘରେ ବନ୍ଧା ହୋଇଥିବା ୭ଟି ଛେଳି ଓ ଗୋଟିଏ ଗୋରୁ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟ ଦୁଇଟି ଗୋରୁ ନିଆଁ ରେ ପଡିଯାଇ ଗୁରୁତର ହୋଇଛନ୍ତି। ଏବେ କେଉଁଠି ରହିବେ, କିପରି ଝିଅ ବାହାଘର କରିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ବିଧବା ପ୍ରମିଳା।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ