Masthead

ଧାନ ଅମଳ ମେସିନରେ ପଶି ଖଣ୍ଡଖଣ୍ଡ ହୋଇଗଲେ ଶ୍ରମିକ

ଜଗନ୍ନାଥ ପ୍ରସାଦ (ବଡ଼ ଖବର ବ୍ୟୁରୋ): ଧାନ ଅମଳ ମେସିନରେ ପଶି ଖଣ୍ଡଖଣ୍ଡ ହୋଇଗଲେ ଅପରେଟର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜଗନ୍ନାଥପ୍ରସାଦ ଥାନା ଜିରାବାଡି ଗ୍ରାମରେ । ମେସିନ ସାହାଯ୍ୟରେ ଧାନ ଅମଳ କରୁଥିବା ସମୟରେ ଅସାଵଧାନତା କାରଣରୁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ଧାନ ଅମଳ ସମୟ ଚାଲିଛି । ଧାନକୁ କାଟି ଜମିରେ ହିଁ ମେସିନ ସାହାଯ୍ୟରେ ଧାନ ଅମଳ କରାଯାଉଛି । ମଙ୍ଗଳବାର ଜଗନ୍ନାଥପ୍ରସାଦ ବ୍ଲକ ଜିରାବାଡି ଗ୍ରାମରେ ଧାନ ଅମଳ ପାଇଁ ମେସିନ ଲଗାଯାଇଥିଲା । ମେସିନ ଅପରେଟିଂ କରୁଥିବା ଶ୍ରମିକ ବୁଲୁ ପାତ୍ରଙ୍କ ଗୋଡ ମେସିନ ମଧ୍ୟରେ ପଶିଯାଇଥିଲା । ଯାହା ଫଳରେ ସେ ଭିତରକୁ ଟାଣି ହୋଇଯାଇଥିଲେ । ମେସିନ ମଧ୍ୟରେ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଅନ୍ୟ ପଟରେ ବାହାରି ଯାଇଥିଲା । ଏଭଳି ଦୃଶ୍ୟ ଦେଖିବା ପରେ ଗାଁରେ ଉତେଜନା ଦେଖାଦେଇଥିଲା । ପୋଲିସ୍ ପହଁଚି ଶବ ଜବତ କରିବା ସହ ସ୍ଥିତିକୁ ସମ୍ଭାଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା