Masthead

‘ବଡ଼ ଖବର’ର ପ୍ରଥମ ସ୍ୱନକ୍ଷତ୍ର: ଗୋଟିଏ ମଞ୍ଚରେ ମତ ରଖିବେ ବିଜୟ-ଶ୍ରୀକାନ୍ତ-ସୌମ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅକ୍ଟୋବର ୨୫ରେ ପ୍ରଥମ ବର୍ଷ ପୂରା କରୁଛି ଲୋକଙ୍କ ଚ୍ୟାନେଲ । ପ୍ରଥମ ସବୁବେଳେ ସ୍ୱତନ୍ତ୍ର । ଏହାକୁ ଆହୁରି ସ୍ମରଣୀୟ କରିବାକୁ ବଡ଼ ଖବର ପରିବାର ଏକ ଗୁରୁତ୍ୱପୂର୍ଣ୍ଣ କନକ୍ଲେଭର ଆୟୋଜନ କରିଛି । ଯେଉଁଠି ଗୋଟିଏ ମଞ୍ଚରେ ଏକାଠି ହେବେ ରାଜ୍ୟ ରାଜନୀତିର ୩ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନା ଓ ସୌମ୍ୟରଂଜନ ପଟ୍ଟନାୟକ । ଏହା ସହ ଦିଲ୍ଲୀରୁ ଆସିବେ ଜାତୀୟ ଗଣମାଧ୍ୟମର ପ୍ରତିଷ୍ଠିତ ଚେହେରା, ରାଜନୈତିକ ଘଟଣାବଳୀର ପ୍ରଖ୍ୟାତ ଲେଖକ ରସିଦ କିଦ୍ୱାଇ ।

ଏହି କନକ୍ଲେଭରେ ୪ଟି ସେସନ ରହିଛିି । ଉଦଘାଟନୀ ବାର୍ତ୍ତା ରଖିବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାସହ ମଞ୍ଚର ଗରିମା ବଢାଇବେ, ଉଦବୋଧନ ରଖିବେ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜୟ ମହାପାତ୍ର ଓ ଶ୍ରୀକାନ୍ତ ଜେନା । ସେହିପରି ଦ୍ୱିତୀୟ ଅଧିବେଶନର ଆକର୍ଷଣ ସାଜିବେ ବରିଷ୍ଠ ସମ୍ବାଦିକ ତଥା ଲେଖକ ରସିଦ କିଦ୍ୱ୍ୱାଇ । ଏହି ସେସନର ପ୍ରସଙ୍ଗ ରହିଛି, Indian media: so sorry !

ସେହିପରି ସାଂପ୍ରତିକ ପରିସ୍ଥିର ଏକ ମହତ୍ତ୍ୱପୂର୍ଣ୍ଣ ବିଷୟକୁ ନେଇ ଆୟୋଜିତ ହୋଇଛି ତୃତୀୟ ସେସନ । ପ୍ରସଙ୍ଗ ହେଉଛି- Is democracy in danger? ଗଣତନ୍ତ୍ର ବିଷୟରେ ଚର୍ଚ୍ଚା ହେବ, ଗଣତନ୍ତ୍ର ୪ ସ୍ତମ୍ଭର ସର୍ବୋତ୍ତମ ବକ୍ତାଙ୍କୁ ନେଇ । ଏହି ସେସନରେ ଅତିଥି ଭାବେ ଯୋଗ ଦେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଏବଂ ସୁପ୍ରିମକୋର୍ଟର ଆଡଭୋକେଟ ଜନ୍ମେଜୟ ରୟ ।

ସ୍ୱନକ୍ଷତ୍ରର ଚତୁର୍ଥ ବା ଶେଷ ସେସନର ପ୍ରସଙ୍ଗ ରହିଛି ନେତା-ଜନତା ସମ୍ପର୍କ । ଯେଉଁଥିରେ ଉପସ୍ଥିତ ହେବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ତାଙ୍କ ସହ ମତ ରଖିବାକୁ ମଞ୍ଚରେ ରହିବେ ଜଣେ ସାଧାରଣ ମଣିଷ, ଲୋକଙ୍କ ଚ୍ୟାନେଲ ବଡ଼ ଖବର ଯେଉଁମାନଙ୍କ ଶକ୍ତିରେ ଆଗକୁ ବଢୁଛି ସେମାନଙ୍କ ମଧ୍ୟରୁ ଜଣେ କାବୁ ଦାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି