Masthead

ବାଘ ଚମଡା ଉଦ୍ଧାର ସହ ୫ ଜଣକୁ ଗିରଫ କଲା ବନ ବିଭାଗ

ଗୁଣୁପୁର(ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଏକ ଆମ୍ବ ତୋଟାରୁ ବାଘ ଚମଡା ଉଦ୍ଧାର ସହ ୫ ଜଣକୁ ଗିରଫ କଲା ବନ ବିଭାଗ ଫ ରାୟଗଡା ଡିଏଫ୍ଓ ସଚିନ ନାନା ସାହେବ ଅହଲଙ୍କୁ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ରାୟଗଡା ଓ ଗୁଡ଼ାରୀ ରେଞ୍ଜରୁ ଏକ ଟିମ ଗଠନ କରାଯାଇଥିଲା । ଡିଏଫଓ ଙ୍କ ନିର୍ଦ୍ଦେଶରେ ଏସିଏଫ୍ ସନ୍ଦୀପ ପୃଷ୍ଟି ଙ୍କ ତତ୍ତ୍ବାବଧାନରେ ବାଘ ଚମଡା ବେପାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଗ୍ରୁପ ଭାବରେ ରହି ସେମାନଙ୍କ ଉପରେ ନଜର ରଖିଥିଲେ ।

ବିଚିକୋଟ ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟାରେ ଚାରି ଜଣ ଚମଡା ବେପାରୀଙ୍କୁ ଚମଡା ବିକ୍ରି କରିବା ସମୟରେ ଗିରଫ କରିଥିଲା ବନ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ରବିନ୍ଦ୍ର ବିଡିକା, ଅକ୍ଷୟ କୁମାର ଓଡ଼ିଆ, ସିମାଞ୍ଚଳ ଶବର, ନିଖିଲ ଗାଣ୍ଟା । ଚାରି ଜଣଙ୍କ ମଧ୍ୟରୁ ଜଣେ କହିବା ଅନୁଯାୟୀ ବାଘ ଚମଡା ଟି ଡମ୍ବସରା ଗ୍ରାମର ହଳଧର ଶବରଙ୍କୁ ବିକ୍ରି କରିବା ପାଇଁ ଆଣିଥିଲେ । ହଳଧର ଶବର ଡମ୍ବସରା ଗ୍ରାମର ତାଙ୍କ ଘରରୁ ଗିରଫ୍ କରାଯାଇଥିଲା । ଗିରଫ୍ ସମୟରେ ତାଙ୍କ ପାଖରେ ଥିବା ତିନୋଟି ଗାଡି ଓ ପାଞ୍ଚଟି ମୋବାଇଲ ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ