Masthead

ଜଳୁଛି ଜିଏମଆର ପାୱାର ପ୍ଲାଣ୍ଟ

ବିଶାଖାପାଟଣା(ବଡ଼ ଖବର ବ୍ୟୁରୋ): ଜଳୁଛି ଜିଏମଆର ପାୱାର ପ୍ଲାଣ୍ଟ । ଆନ୍ଧ୍ରପଦେଶର ପୂର୍ବ ଗୋଦାବରୀ ଜିଲ୍ଲାର କାକିନଡା ଉପକୂଳର କୁମ୍ବାବିଶେଖାମ ଅଞ୍ଚଳର ବନ୍ଦର ନିକଟରେ ଥିବା ୨୨୦ ମେଗାୱାଟ ବ୍ୟାରେଜ-ପାୱାର ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଦେଶର ଏକମାତ୍ର ବ୍ୟାରେଜ ଚାଳିତ ବିଦ୍ୟୁତ୍ ଉତ୍ପାଦନ କାକିନାଡା ଉପକୂଳରୁ ତୁର୍କୀକୁ ସ୍ଥାନାନ୍ତରିତ ହେବା ପରେ ଏଠାରେ ଗତ ୨୦୧୩ ମସିହା ଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଥିବା ନେଇ ଖବର ମିଳିଥିଲା । ହେଲେ ଆଜି ହଠାତ ନିଆଁ ଲାଗିଯାଇଛି । ନିଆଁକୁ ଆୟତ କରିବା ପାଇଁ ୩ ଘଣ୍ଡା କାଳ ପରିଶ୍ରମ ଚାଲିଛି । କିନ୍ତୁ ନିଆଁକୁ ଆୟତ କରାଯାଇ ପାରୁନି ।

ଏଭଳି ପରିସ୍ଥିତିରେ ପୂର୍ବ ଗୋଦାବରୀ ଜିଲ୍ଲା ଅଗ୍ନିଶମ ଅଧିକାରୀ ସିଏଚ ରତ୍ନବାବୁ କହିଛନ୍ତି ଦିନ ୧୦ ଟା ସୁଦ୍ଧା ଅଗ୍ନିଶମ ବାହିନୀର ଗାଡି ନିଆଁ ଲିଭାଇବା ପାଇଁ ସେଠାରେ ପହଞ୍ଚିଥିଲା । ହେଲେ ଦୀର୍ଘ ୩ ଘଣ୍ଟା ଧରି ନିଆଁ ଲିଭାଇବା ପରେ ବି ନିଆଁ ଆୟତ୍ତକୁ ଆସିନି । ଜିଏମର ଏନର୍ଜି କର୍ପୋରେଟ ରିଲେସନସର କେ ବିଜୟ କହିଛନ୍ତି, ନିଆଁ ବ୍ୟାରେଜ ମାଉଣ୍ଟ ପାୱାର ପ୍ଲାଣ୍ଟ ସହ ନିକଟରେ ଥିବା କାର୍ଯ୍ୟାଳୟରେ ଲାଗିଛି । ନିଆଁ ଲାଗିବା ଫଳରେ ଅନେକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଓ ଘଟଣାରେ କ୍ଷୟକ୍ଷତିର ପରିମାଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ଜିଲ୍ଲା କର୍ତ୍ତୁପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ