Masthead

ପାଣି ବୁନ୍ଦାଏ ପାଇଁ ଡହଳବିକଳ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଜଳ ହିଁ ଜୀବନ । ଏହି ଭାବଧାରା ନେଇ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି ବିଭିନ୍ନ ଯୋଜନା । ରାଜକୋଷରୁ ଖର୍ଚ୍ଚ ହେଉଛି ପାଣିଭଳି ଟଙ୍କା । ସାଧାରଣ ଟିକସଦାତାଙ୍କଠାରୁ ଆସୁଥିବା ଏହି ଟଙ୍କାର ସିଂହଭାଗ ସରକାରୀ ବାବୁ ଓ ରାଜନେତାଙ୍କ ବିଳାସବ୍ୟସନରେ ଉଡ଼ିଯାଉଛି । ଯେଉଁମାନଙ୍କ ପାଇଁ ଏତେ ଯୋଜନା ସେମାନେ ହନ୍ତସନ୍ତ ହେବା ସାର ହେଉଛି । ଏକଥା ଆମେ କହୁନୁ ସମ୍ବଲପୁର ମହାନଗର ନିଗମର ମାନେଶ୍ୱର ଅଞ୍ଚଳର ଲୋକେ କହୁଛନ୍ତି । ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବରୁ ଏହି ଅଞ୍ଚଳର ଲୋକମାନେ ପିଇବା ପାଣି ପାଇଁ ଏମେ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।

ସମ୍ବଲପୁର ମହାନଗର ନିଗମ ୪୦ନଂ ୱାର୍ଡର ମାନେଶ୍ୱର ଅଞ୍ଚଳ । ଲୋକଙ୍କୁ ସୁବିଧାରେ ପିଇବା ପାଣି ମିଳିବା ଦିବାସ୍ୱପ୍ନ ହୋଇପଡିଛି । ଲୋକେ ଲମ୍ବାଧାଡ଼ିରେ ଛିଡାହୋଇ ନଳକୂଅରୁ ପିଇବା ପାଣି ସଂଗ୍ରହ କରୁଛନ୍ତି । ସରକାରଙ୍କ ଅମୃତ ଧାରା ଯୋଜନା ଏଠି ବାଟବଣା ହୋଇଥିବା ସାଧାରଣ ଲୋକେ କହୁଛନ୍ତି । ତିନିବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି ଏହି ପ୍ରକଳ୍ପ । ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ତିନିବର୍ଷ ପୂର୍ବେ ମାନେଶ୍ୱର ଅଞ୍ଚଳରେ ପିଇବା ପାଣି ଯୋଗାଇବା ପାଇଁ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ପାଇପ ବିଛା ହୋଇସାରିଛି,ହେଲେ ପାଣିର ଦେଖାନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ