Masthead

ଦେବୀଙ୍କୁ ବି ଭୋଗଲାଗେ ବିଲ ମାଛ ତରକାରୀ, ଜାଣନ୍ତୁ କେଉଁଠି…

ଜଟଣୀ (ବଡ଼ ଖବର ବ୍ୟୁରୋ): ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ସବୁ ଦେବୀପୀଠ ଚଳଚଞ୍ଚଳ । ସବୁଠି ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା ବା ଷୋଳ ପୂଜା। ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା-ଓଗାଳପଡ଼ା ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମା’ ବାଟ ଭୁଆସୁଣୀଙ୍କ ପିଠରେ ଚାଲିଛି ମହାଆଡ଼ମ୍ବରରେ ଷୋଳ ପୂଜା । ମା’ଙ୍କ ପାଖରେ ଭୋଗ ଲାଗୁଛି ବିଲ ମାଛ ତରକାରୀ ।
ଚଳିତ ବର୍ଷ ଷୋଳ ପୂଜା ଉପଲକ୍ଷେ ମା’ ବାଟ ଭୁଆସୁଣୀଙ୍କୁ ମୂଳାଷ୍ଟମୀରେ ପୁଜକମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାନ୍ତି । ଏହା ପରେ ମା’ଙ୍କୁ ନୂତନ ବସ୍ତ୍ର ପିନ୍ଧାନ୍ତି । ଷୋଡଶ ଉପଚାର ବିଧିରେ ମା’ଙ୍କ ପୂଜା ଆରମ୍ଭ କରିଥିଲେ। ମୂଳାଷ୍ଟମୀରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ମା’ଙ୍କ ପିଠରେ ଚଣ୍ଡୀପାଠ କରାଯାଉଛି । ଏହା ସହ ମା’ ଙ୍କର ବିଭିନ୍ନ ନୀତି କାର୍ଯ୍ୟ ସମ୍ପାଦନା କରାଯାଉଛି। ମା’ଙ୍କ ପାଖରେ ଦୈନଦିନ ସକାଳେ ବାଳ ଭୋଗ କରାଯାଉଛି । ଏହାପରେ ମଧ୍ୟାହ୍ନରେ ଅନ୍ନଭୋଗରେ ସାଧା ଅନ୍ନ, ଖେଚେଡ଼ି, ଡାଲି, ତରକାରୀ, ଖଟା ସହ ବିଲ ମାଛ ତରକାରୀ ଭୋଗଲାଗି ହୁଏ ।

ସନ୍ଧ୍ୟା ଆଳତୀ ସମୟରେ ପିଠା ,ଖିରି ମା’ଙ୍କୁ ଭୋଗ ହୁଏ। ଷୋଳ ପୂଜା ସମୟରେ ବିଲ ମାଛ ତରକାରୀ ହେଉଛି ଏହି ଦେବୀ ପୀଠର ସ୍ୱତନ୍ତ୍ରତା। ଯାହା ଅନ୍ୟ ଦିନ ମାନଙ୍କରେ ଦେଖିବାକୁ ମିଳେ ନାହିଁ। ଷୋଳ ପୂଜା ସମୟରେ ଭକ୍ତଙ୍କର ପ୍ରବଳ ଗହଳି ମନ୍ଦିରରେ ଲାଗିଥାଏ। ମା’ଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତ ମାନେ ଶାଢ଼ୀ, ଶଙ୍ଖା, ସିନ୍ଦୂର ଆଦି ମା’ଙ୍କ ପାଖରେ ଲାଗି କରିଥାନ୍ତି। ଅନେକ ଭକ୍ତ ଷୋଳ ପୂଜା ସମୟରେ ମା’ଙ୍କ ନିକଟରେ ମାନସିକ ଅନ୍ନଭୋଗ କରିଥାନ୍ତି। ଦଶହରା ଦିନ ମା’ଙ୍କ ନିକଟରେ ଭକ୍ତମାନେ ନିଜ ନିଜର ଗାଡ଼ି ପୂଜା କରି ମା’ଙ୍କ ଆଶିଷ ଭିକ୍ଷା କରିଥାନ୍ତି।

ଚଳିତ ବର୍ଷ କରୋନା କଟକଣା ପାଇଁ ମା’ଙ୍କ ମନ୍ଦିରରେ ପୂର୍ବ ବର୍ଷ ଭଳି ଗହଳି ଦେଖିବାକୁ ମିଳୁନାହିଁ। ବିଧି ରକ୍ଷା କରି ରୀତିନୀତି ଅନୁଯାୟୀ ଚାଲିଛି ପୂଜା। ମା’ଙ୍କର ମହିମା ଅନେକ । ବାରିରେ ଫଳିଥିବା ପ୍ରଥମ ପରିବା ମା’ଙ୍କୁ ଅର୍ପଣ କରିଥାନ୍ତି ଅନେକ ଭକ୍ତ। ମା’ଙ୍କ ପାଖରେ ନଡ଼ିଆ ବାଡେଇ ଯାହା ମନାସିବ ତାହା ପୂରଣ ହୁଏ ବୋଲି କହିଛନ୍ତି ଭକ୍ତ।
କେବେ ମା’ଙ୍କୁ ମନଭରି ଦେଖି ପାରିବେ ଭକ୍ତ । କେବେ ମା’ଙ୍କ ପୀଠରେ ଲାଗିବ ଭକ୍ତଙ୍କ ଗହଳି । ସେହି ଦିନକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି