Masthead

ବାରଣ ପରେ ବି କିସ୍ କରିଦେଲେ ଗଭର୍ଣ୍ଣର

ୱାଶିଂଟନ(ବଡ଼ ଖବର): ବାରଣ କରିବା ପରେ ବି ଜମା ଶୁଣିଲେନି। ଜୋର ଜବରଦସ୍ତ କିସ୍ କରିଦେଲେ ଗଭର୍ଣ୍ଣର । ନ୍ୟୁୟର୍କ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋ ଜୋର ଜବରଦସ୍ତ ନିଜ ଘର ଭିତରେ ଜଣେ ମହିଳାଙ୍କୁ କିସ୍ କରିଥିବା ଅଭିଯୋଗ ହୋଇଛି।ନ୍ୟୁୟର୍କର ରୋଚେଷ୍ଟର ଅଞ୍ଚଳର ଜଣେ ମହିଳା ସୋମବାର ଗଭର୍ଣ୍ଣର ଏଣ୍ଡ୍ର୍ୟୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।

ଗଭର୍ଣ୍ଣର ସବୁ ଶାଳିନତା ଭୁଲି ତାଙ୍କୁ ସୁନ୍ଦର ବୋଲି କହି ଜବରଦସ୍ତି କିସ୍ କରିଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କ ପରିବାରକୁ ଅପମାନିତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ପିଡିତା ଜଣକ ଅଭିଯୋଗ କରିଛନ୍ତି। ତାଙ୍କ ଓକିଲ କହିବା ଅନୁଯାୟୀ, ୨୦୧୭ ରେ ଅନଟାରିଓ ହ୍ରଦ କୂଳରେ ବନ୍ୟା ପରିସ୍ଥିତି ପରିଦର୍ଶନ କରିବା ସମୟରେ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ବିନା ସହମତିରେ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ।

କେବଳ ସେତିକି ନୁହେଁ ପୀଡିତାଙ୍କ ହାତ ଧରି ଗଭର୍ଣ୍ଣର ତାଙ୍କୁ ଆପତ୍ତିଜନକ ଭାଷାରେ କଥା ମଧ୍ୟ ହୋଇଥିଲେ। ଏହି କିସ୍ କରିବା ବେଳର ଏକ ଫଟୋକୁ ପୀଡିତା ଜଣକ ପ୍ରମାଣ ସ୍ୱରୂପ ସାମ୍ବାଦିକ ସମ୍ମିଳନୀରେ ଜାରି କରିଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ