Masthead

‘ବିଜୁଳି ବିଲ ବଢୁଛି କାହିଁକି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢିଛି ବିଜୁଲି ଦର । ଯୁନିଟି ପିଛା ବୃଦ୍ଧି ପାଇଛି ୩୦ ପଇସା । ଯାହାକୁ ନେଇ ବିଧାନ ସଭାରେ ଉଠାଇଛି ପ୍ରଶ୍ନ । କଂଗ୍ରେସ ନେତା ତାରା ବାହୀନିପତି ପ୍ରଶ୍ନ କରିଛନ୍ତି ବିଜୁଳି ବିଲ ବଢୁଛି କାହିଁକି । ଅନ୍ୟପଟେ ଦିଲ୍ଲୀ ସରକାର ବିଜୁଳି ବିଲ ଛାଡ କରିଥିବା ବେଳେ ରାଜ୍ୟରେ କାହିକି ବଢୁଛି ବିଜୁଳି ଦର । ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉନି ମାତ୍ର ବିଜୁଳି ଦର ଆଦାୟ ନହେବା ସ୍ୱାଗତଯାଗ୍ୟ ପଦକ୍ଷେପ ।

ଏସର୍ମ୍ପକରେ କେଜ୍ରିୱାଲ କହିଛନ୍ତି ସେ ଆମ ଆଦମିକୁ ଖାସ ଆଦମି ବନାଇବା ମୋର ଲକ୍ଷ୍ୟ । ଆମ ଆଦମୀ ୨୪ ଘଣ୍ଟା କାମ କରୁଛି । ମାତ୍ର ତାହା ବଦଳରେ ସେ କ’ଣ ପାଉଛି । ଯଦି ଆମେ ବିଜୁଳି ବିଲ ଛାଡ କରୁଛୁ ତେବେ ସେମାନଙ୍କ ଜୀବନ ଆନନ୍ଦପୂର୍ଣ୍ଣ ହୋଇପାରେ । ଏଭଳି ସ୍ଥିତିରେ ଓଡିଶାରେ ବିଜୁଳି ଦର ବୃଦ୍ଧିକୁ ନେଇ ବିରୋଧି କରିଛନ୍ତି ଗୃହରେ ହଟ୍ଟଗୋଳ । ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଶନିବାର ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇଛି ।

ଏବେ ସାଧାରଣ ଗ୍ରାହକ ଯୁନିଟ ପିଛା ୨ଟଙ୍କା ୭୦ ପଇସା ଦେଉଥିବା ବେଳେ ଏବେ ୩ ଟଙ୍କା ଦେବାକୁ ବାଧ୍ୟ ହେବେ । ସେହିପରି ୫୦ରୁ ୨୦୦ ଯୁନିଟ ପର୍ଯ୍ୟନ୍ତ ୪ଟଙ୍କା ୮୦ ପଇସା ଦେବେ ଗ୍ରାହକ । ପୂର୍ବରୁ ଗ୍ରାହକଙ୍କୁ ଏନେଇ ଦେବାକୁ ପଡୁଥିଲା ୪ଟଙ୍କା ୫୦ ପଇସା । ଅନ୍ୟପଟେ ମାସିକ ୪୦୦ରୁ ଅଧିକ ଯୁନିଟ ଲାଗି ୬ଟଙ୍କା ୨୦ ପଇସା ଧାର୍ଯ୍ୟ ହୋଇଛି ।

ଏହି ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ ତାରିଖ ଠାରୁ ଲାଗୁ କରାଯିବ । ବିପିଏଲ ଓ ଜଳସେଚନ ଗ୍ରାହକଙ୍କ ଶୁକ୍ଲ ଅପରିବର୍ତ୍ତିତ ରହଛିି । ସେହିପରି ମାସିକ ସର୍ବନିମ୍ନ ଫିକ୍ସଡ ଚାର୍ଜ, ଡିମାଣ୍ଡ ଚାର୍ଜ ଓ ମିଟର ଭଡାରେ କୌଣସି ପରିବର୍ତ୍ତର୍ନ ହୋଇନି । ଯାହାକି ଖୁଚୁରା ଯୋଗାଣ ଶୁଳ୍କରେ କେବଳ ୫.୬୦ ପ୍ରତିଶତ ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼