ଦିନେ ରହୁଥିଲେ ମଣିଷ, ଏବେ ପଶୁପକ୍ଷୀଙ୍କ ନିର୍ଭୟ ଜଙ୍ଗଲ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ପ୍ରକୃତିର ଅନନ୍ୟ ବରଦାନ ହେଉଛି ପୃଥିବୀ । ଯେଉଁଠି ଭରି ରହିଛି ପ୍ରକୃତିର ଅଭିନବ ଦାନ । ଆଉ ଏହି ବରଦାନ ମଧ୍ୟରୁ ଶ୍ରେଷ୍ଠ ବରଦାନ ହେଉଛି ମନୁଷ୍ୟ । ମନୁଷ୍ୟମାନଙ୍କ ବ୍ୟତୀତ ଏଠାରେ ଅନେକ ଜୀବଜନ୍ତୁ ମଧ୍ୟ ବସବାସ କରିଥାନ୍ତି । ମନୁଷ୍ୟଙ୍କ ପରି ସେମାନଙ୍କର ମଧ୍ୟ ବଞ୍ଚିରହିବାର ସମାନ ଅଧିକାର ରହିଛି । ସେମାନେ ମଧ୍ୟରେ ଅନେକ ହିଂସ୍ର ଜନ୍ତୁ ଥିବା ସହ ଅନେକ ନିରୀହ ପଶୁୁ-ପକ୍ଷୀ ମଧ୍ୟ ରହିଥାନ୍ତି । ଯେଉଁମାନେ ମଣିଷମାନଙ୍କ ଗହଣରେ ରହିବାକୁ ପସନ୍ଦ କରନ୍ତି ।

ମଣିଷ ମାନଙ୍କଠାରୁ ଟିକେ ସ୍ନେହ ଭଲପାବା ପାଇଁ ନିତିଦିନ ମାନବ ସମାଜ ସଂସ୍ପର୍ଶରେ ରହିଥାନ୍ତି । ଅନେକ ଲୋକ ଏମାନଙ୍କୁ ଗୃହରେ ରଖିବାକୁ ପସନ୍ଦ କରିଥାନ୍ତି । ଯେଉଁମାନଙ୍କୁ ଗୃହପାଳିତ ପଶୁପକ୍ଷୀ କୁହାଯାଇଥାଏ । ତେବେ ଆମେ ସମସ୍ତେ ଦେଖୁଛେ, ଧୀରେ ଧୀରେ ମଣିଷମାନେ ପଶୁପକ୍ଷୀଙ୍କ ଜାଗାରେ ପ୍ରବେଶ କରୁଛନ୍ତି । ଜଙ୍ଗଲ ନଷ୍ଟ କରୁଛନ୍ତି । ଏଥିପାଇଁ ଜୈବ ବିବିଧତାର ଭାରସମ୍ୟରେ ଅସମାନତା ଦେଖାଦେଉଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ସ୍ଥାନ ଅଛି ଯେଉଁଠି ଆଗରୁ ଜନବସତି ଥିଲା, ଏବେ କିନ୍ତୁ କେହି ମଣିଷ ରହୁ ନାହାନ୍ତି ।

ସେଠାରେ ଏବେ ପଶୁପକ୍ଷୀ ନିର୍ଭୟରେ ଜୀବନ ବିତାଉଛନ୍ତି । ଏହି ସ୍ଥାନ ହେଉଛି ୟୁକ୍ରେନର ଚେର୍ନୋବିଲ୍ । ଚେର୍ନୋବିଲ୍ରେ ରହିଛି ଏକ ଜଙ୍ଗଲ । ପଶୁପକ୍ଷୀଙ୍କ କୋଳାହଳରେ ସର୍ବଦା ପ୍ରକମ୍ପିତ ହେଉଥାଏ ଏହି ଜଙ୍ଗଲ । ଖାସ କଥା ହେଉଛି ଏହି ଜଙ୍ଗଲର ଆଖପାଖରୁ ପ୍ରାୟ ବହୁ ଦୂର ଯାଏ କୌଣସି ଜନବସତି ନାହିଁ । ବହୁବର୍ଷ ପୂର୍ବେ ଏଠାରେ ଭୟଙ୍କର ଆଣବିକ ବିପର୍ଯ୍ୟୟ ପରେ ସମୁଦାୟ ୩ଲକ୍ଷ ୫୦ହଜାର ଲୋକଙ୍କୁ ଏଠାରୁ ସ୍ଥାନାନ୍ତର କରାଯାଇଥିଲା । ବିଶେଷଜ୍ଞଙ୍କ ମତ ଅନୁସାରେ ସେଠାରେ ମନୁଷ୍ୟ ସମାଜ ତିଷ୍ଠି ରହିବା ସମ୍ଭବ ନୁହେଁ ।

ୟୁକ୍ରେନର କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ସ୍ଥାନ ଆଗାମୀ ୨୪ହଜାର ବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ସମାଜ ପାଇଁ ଉପଯୋଗୀ ନୁହେଁ । କିନ୍ତୁ ଏବେ ଏହା ପ୍ରକୃତି ସଂରକ୍ଷଣ ସ୍ଥାନ ଭାବରେ ଉଭା ହୋଇଛି । ଏଠାରେ ଅନେକ ଭିନ୍ନ ଭିନ୍ନ ପ୍ରାଣୀ ବାସ କରନ୍ତି । ୧୯୭୦ ମସିହାରେ ଏକ ସର୍ଭେରେ ଜଣା ପଡିଥିଲା ଯେ ପ୍ରଜୱାଲସ୍କି ପ୍ରଜାତିର ଘୋଡା ବିଲୁପ୍ତ ହୋଇଯାଇଥିଲେ । ତେବେ ସେମାନଙ୍କ ସ୍ୱଳ୍ପ ସଂଖ୍ୟାକୁ ନେଇ ଏକ ପ୍ରଜନନ ପ୍ରୋଗ୍ରାମ କରାଯାଇଥିଲା । ବର୍ତ୍ତମାନ ସେଠାରେ ଏହି ଜୀବ ବଂଶବିସ୍ତାର କରିବା ସହ ବିଲୁପ୍ତ ହେବାରୁ ରକ୍ଷା ପାଇଯାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ