Masthead

ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ । ତ୍ୱରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ଲାଗି ଅନୁଭବ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ । ପାରିବାରିକ ଅଦାଲତରେ ତାଙ୍କ ମାମାଲା ବିଚାରାଧୀନ ଥିବାରୁ ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତାରୁ କେନ୍ଦ୍ରାପଡ଼ା ସାଂସଦ ହୋଇଥିବା ଅନୁଭବ ମହାନ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ପାରିବାରିକ ଅଦଲାତରେ ଚାଲିଛି । ଏହି ମାମଲାକୁ ତୁରନ୍ତ ଫଇସଲା କରିବାକୁ ଅନୁଭବ ହାଇକୋର୍ଟଙ୍କ ଦ୍ୱରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସେ ଆବେଦନ କରିଥିଲେ। ଚୂଡ଼ାନ୍ତ ଶୁଣାଣି ନେଇ ସମୟ ନିର୍ଦ୍ଧାରଣ କରିବାକୁ ସେ ଆବେଦନ କରିଥିଲେ। ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କୋର୍ଟରେ ବୁଝାମଣା ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ମତି ହୋଇପାରିନାହିଁ।

ଉଭୟଙ୍କ ଭିତରେ ଆପୋଷ ସମାଧାନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ତାହା ଫଳପ୍ରଦ ହୋଇପାରି ନ ଥିଲା। ଅପରପକ୍ଷେ, ଅନୁଭବ ଏହାର ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିଲେ। ଆପୋଷ ବୁଝାମଣା ସମ୍ଭବ ହୋଇପାରୁ ନ ଥିବା ହୃଦୟଙ୍ଗମ କରି ଏହାର ତ୍ୱରିତ ବିଚାର ପ୍ରକ୍ରିୟାକୁ କୋର୍ଟ ପକ୍ଷରୁ ରଦ୍ଦ କରିଦିଆଯାଇଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ