Masthead

ଭିତରକନିକାରେ କମୁଛି କୁମ୍ଭୀର ବସା

ରାଜନଗର (ବଡ଼ ଖବର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାରେ କମୁଛି କୁମ୍ଭୀର ବସା । କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଏହି ସୂଚନା ମିଳିଛି । ବାତ୍ୟା ୟାଶ ପ୍ରଭାବରେ କୁମ୍ଭୀର ବସା ସଂଖ୍ୟା କମିଥିବା ବନବିଭାଗ କହିଛି । ଚଳିତବର୍ଷ ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ବନଖଣ୍ଡରେ ମୋଟ ୮୪ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୧୦,ମହାକାଳପଡାରେ ୨,ଗହିରମଥାରେ ୨ ଓ କନିକା ରେଞ୍ଜରେ ସର୍ବାଧିକ ୭୦ଟି ବସା ଚିହ୍ନଟ କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୯ଟି ବସା କମ ଚିହ୍ନଟ ହୋଇଛି । ଗତ ବର୍ଷ ୧୦୩ଟି ବସା ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ୮୪ଟି ବସା ଚିହ୍ନଟ ହୋଇଛି ।


ଏପ୍ରିଲ ମାସ ଆରମ୍ଭରୁ କୁମ୍ଭୀରମାନଙ୍କର ମିଳନ ପର୍ବ ଆରମ୍ଭ ହୋଇଥାଏ । ପରେ ମା କୁମ୍ଭୀର ହେନ୍ତାଳ,ନାଳୀଆ ଓ ଖରଖରୀ ପତ୍ରରେ ଜୁଆର ମାଡୁନଥିବା ସ୍ଥାନରେ ବସା ବାନ୍ଧିଥାଏ । ମା କୁମ୍ଭୀର ଅଣ୍ଡାଦେବା ପରେ ଛୁଆ ଫୁଟିବା ପର୍ୟ୍ୟନ୍ତ ବସାକୁ ଯଗି ରହିଥାଏ । ଚଳିତବର୍ଷ ମେ ମାସର ଶେଷ ସପ୍ତାହରେ ବାତ୍ୟା ୟାସ ଉପକୂଳ ଓଡିଶାରେ ତାଣ୍ଡବ ରଚିଥିଲା । ବାତ୍ୟା ୟାସ ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସିବାରୁ ନଦୀ ପଠାଗୁଡିକ ବୁଡି ରହିଥିଲା । ଉଚ୍ଚ ଜୁଆର ଯୋଗୁ କୁମ୍ଭୀର ବସା ଗୁଡିକ ନଷ୍ଟ ହୋଇଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୯୭୫ ମସିହାରେ ବଉଳା କୁମ୍ଭୀର ବିଲୁପ୍ତ ପ୍ରାଣୀ ତାଲିକାରେ ଆସିବା ପରେ ମିଳିତ ଜାତିସଂଘ ସହଯୋଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରଥମ ବଉଳା କୁମ୍ଭୀର ଚାଷ ପ୍ରକଳ୍ପ କେନ୍ଦ୍ରାପଡାର ରାଜନଗର ଡାଙ୍ଗମାଳ ଠାରେ ଆରମ୍ଭ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ