Masthead

ସରକାରଙ୍କ ସତ୍ୟପାଠକୁ ହାଇକୋର୍ଟର ପ୍ରତ୍ୟାଖାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ଝଟକା । ସରକାରଙ୍କ ସତ୍ୟପାଠକୁ ଗ୍ରହଣ କଲେନି ହାଇକୋର୍ଟ । ମହାମାରୀ କୋଭିଡରେ ରାଜ୍ୟରେ ଯେତେ ଜଣଙ୍କ ମୃତ୍ୟୁ ହୋଇଥିଲା ତାର ରିପୋର୍ଟକୁ ନେଇ ଅନେକ ଅଭିଯୋଗ ହୋଇଥିଲା । ସେନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବିସ୍ତୃତ ତଥ୍ୟ ମାଗିଥିଲା । ସରକାରୀ ରିପୋର୍ଟରେ ତାଳମେଳ ନଥିବା ଅଭିଯୋଗ ହୋଇଥିଲା । ତେବେ ସରକାର ଏନେଇ ହାଇକୋର୍ଟରେ ଏହ ତିନି ପାରା ବିଶିଷ୍ଟ ଏକ ସତ୍ୟପାଠ ଦାଖଲ କରିଥିଲେ ।

ହେଲେ ତଥାପି ସରକାରଙ୍କ ଏହି ସତ୍ୟପାଠରେ ହାଇକୋର୍ଟ ସନ୍ତୁଷ୍ଟ ହୋଇନାହିଁ। ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଅତ୍ୟାଧୁନିକ ତଥ୍ୟ ଦାଖଲ କରିବାକୁ । ଯାହାକି ପରବର୍ତ୍ତୀ ତାରିଖ ଅର୍ଥାତ ସେପ୍ଟେମ୍ବର ୭ରେ ଘୋଷଣା ହେବ । ପ୍ରଧାନ ବିଚାରପତି ଏସ ମୁରଲୀଧର ଏବଂ ଜଷ୍ଟିସ୍ ବିପି ରାଉତରାୟ ଏହି ଆଫିଡେଭିଟ ପ୍ରତି ଗୁରୁତ୍ବ ଦେଉଛନ୍ତି । ତେବେ ସରକାର ଯେଉଁ ଅଟିଡ ରିପୋର୍ଟ ତିନି ପାରାଗ୍ରାଫ ବିଶିଷ୍ଟ ଦେଇଛନ୍ତି ତାକୁ ମାନ୍ୟବର ହାଇକୋର୍ଟ ପ୍ରତ୍ୟାଖାନା କରିଦେଇଛନ୍ତି ।

ଏହା ସହ ମାନ୍ୟବର ହୋଇକୋର୍ଟ କହିଛନ୍ତି ୧୫ ଜୁଲାଇ ପର୍ଯ୍ୟନ୍ତ ଏହାକୁ ପ୍ରତି ଜିଲ୍ଲା ଅନୁଯାୟୀ ରିପୋର୍ଟ କରାଯାଇ ଦାଖଲ କରାଯାଉ । ତେବେ ଯଦି ଜିଲ୍ଲା ଅନୁଯାୟୀ ମୃତ୍ୟୁ ରିପୋର୍ଟ ଦେଖିବା ସେ ରିପୋର୍ଟରେ ୩୦ ଜିଲ୍ଲାରୁ ୯ ଲକ୍ଷ ୪୯ ହାଜର ୯୨୯ଙ୍କ ମୃତ୍ୟୁ ଦର୍ଶାଯାଉଛି । ସରକାର ଦାଖଲ କରିଥିବା ରିପୋର୍ଟରେ ଏହା ମାତ୍ର ୪ ହଜାର ୯୨୫ ଦର୍ଶାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି