Masthead

ହୋଟେଲରେ ଚାଲିଛି ଦେହ ବ୍ୟବସାୟ, ଅଭିଯୋଗ ପରେ ବି ପ୍ରଶାସନ ଚୁପ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ):  ହୋଟେଲରେ ଚାଲିଛି ଦେହ ବ୍ୟବସାୟ, ଏନେଇ ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ଉଦୟପୁର ବେଳାଭୂମିରେ ଥିବା ବିଏଲଟି ଇଣ୍ଟରନ୍ୟାସନାଲ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ଅନୈତିକ କାମ ଚାଲୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଛି । ଏନେଇ ଅନେକ ଥର ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରଣ ହୋଇଛି । ତେବେ ବର୍ତ୍ତମାନ ହୋଟେଲର ମ୍ୟାନେଜର ଗଣମାଧ୍ୟମର ପ୍ରତିନିଧିକୁ ଫୋନ ଯୋଗେ ଡାକି ପରେ ତାଙ୍କ ବିରୋଧରେ ପୋଲିସରେ ଏଫଆଇଆର ଦେଇଛନ୍ତି । ଅଭିଯୋଗ ବି ସାଂଘାତିକ, ସାମ୍ବାଦିକ ଟଙ୍କା ମାଗୁଥିବାର ମାମଲା ରୁଜୁ ହୋଇଛି ।

ହୋଟେଲର ମ୍ୟାନେଜର ଅମରେନ୍ଦ୍ର ପୁହାଣ ଆମ ପ୍ରତିନିଧିଙ୍କୁ କେଉଁଭଳି ଫୋନ କରି ଡାକୁଛନ୍ତି ଆଉ ହୋଟଲେ ଦେହ ବ୍ୟବସାୟ ଚାଲୁଥିବା କଥା କହୁଛନ୍ତି ।  ମ୍ୟାନେଜର ଫୋନ କରି ହୋଟେଲରେ କଣ ଚାଲୁଛି ସେ ବିଷୟରେ ଅତି ଚତୁରତାର ସହ ଗୋଟିଏ ପରେ ଗୋଟିଏ କଥା କହିଚାଲୁଛି । ପରେ ସେ କେଉଁଭଳି ସେଠି ତାଙ୍କୁ ଆକ୍ରମଣ ହୋଇଥିବା, ତାଙ୍କୁ ଗାଳିଗୁଲଜ ହୋଇଥିବାର ମିଛ କଥା କହୁଛନ୍ତି  ।  କଲ ରେକର୍ଡ ଏଜେଣ୍ଟ ରୁମରେ ପସିବା ଆଉ ତାଙ୍କ ମାଡ଼ ମାରିବା କଥା,  ଏହା ପରେ ଭରସା ଦେବା ପାଇଁ ନିଜ ସ୍ତ୍ରୀଙ୍କୁ ମଧ୍ୟ ପ୍ରତିନିଧିଙ୍କ ସହ କଥା କରାଉଛନ୍ତି । ଅମରେନ୍ଦ୍ରଙ୍କ ତଥା କଥିତ ସ୍ତ୍ରୀ ନିଜକୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭାଣିଜୀର ପରିଚୟ ଦେଉଛନ୍ତି ।

ଆଉ ତାଙ୍କ ଉପରେ ଆକ୍ରମଣର ମନ ଗଢା କଥା କହୁଛନ୍ତି । ପୋଲିସ ଟଙ୍କା ନେଇ ଚୁପ୍ ରହୁଥିବା ବି ଏଥିରେ କୁହାଯାଉଛି । ସାମୁଦ୍ରିକ ଥାନା ପୋଲିସ ଘଟଣା ବିଷୟରେ ସବୁ ଜାଣିଚୁପ୍ ରହିଯାଉଛି । ଏସବୁ ଘଟଣା ଭିତରେ ଯେତେବେଳେ ହୋଟେଲେ ଅନୈତିକ କାରବାର ନେଇ ଖବର ପ୍ରସାରଣ ହେଲେ  ସେତେବେଳେ ହୋଟେଲ ମ୍ୟାନେଜର ଫୋନ କରି ପ୍ରତିନିଧିଙ୍କୁ ଶୀଘ୍ର ଡାକିବା ସହ ପରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ବର୍ତ୍ତମାନ ଅଭିଯୋଗ ହେବା ମାତ୍ରେ ହିଁ ଆମ ପ୍ରତିନିଧିଙ୍କ ନାରେ ମାମଲା ରୁଜୁ କରିଛି । ପ୍ରଶ୍ନ ଉଠିଛି ଅନେକ ସମୟରେ ଯେତେବେଳେ ମାମଲା ରୁଜୁ ହେବାର ଅନେକ ସମୟ ପରେ ବି ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥାଏ ସେତେବେଳେ କେଉଁଭଳି ପରିସ୍ଥିତିରେ ଅଭିଯୋଗ ହେବା କ୍ଷଣି ପୋଲିସ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ତାକୁ ନେଇ ପ୍ରଶ୍ନ ଉଠୁଛି । ଏହି ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ନେଇ ସ୍ଥାନୀୟ ଲୋକେ ସ୍ଥାନୀୟ ପ୍ରଶାସନ ଠାରୁ ନେଇ ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ଜଣାଇଛନ୍ତି ।  ଅନୈତିକ କାମ ଚାଲିବା ନେଇ ପ୍ରଶାସନ ପାଖରେ ଖବର ଅଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ