Masthead

କାନ୍ଧରେ ସ୍ତ୍ରୀର ଶବ ବୋହିଲେ ସ୍ୱାମୀ

କୋରାପୁଟ(ବଡ଼ ଖବର ବ୍ୟୁରୋ): ଦାଦନର କରୁଣ ଚିତ୍ର । ସ୍ତ୍ରୀର ମୃତଦେହ ଧରି ଚାଲି ଚାଲି ଗଲେ ଭିଟାମାଟି । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅମ୍ପାବାଲି ପଞ୍ଚାୟତର ସୋରଡା ଗାଁରେ । ଗାଁର ଗୋଟିଏ ଦମ୍ପତ୍ତି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଯାଇଥିଲେ । ତିନିଦିନ ତଳେ ସ୍ତ୍ରୀର ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ ।

ଚିକିତ୍ସିତ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ନିଜ ଭିଟାମାଟିକୁ ସ୍ତ୍ରୀର ମୃତଶରୀର ଆଣିବାକୁ ନଥିଲା ପାଖରେ ସମ୍ବଳ । ଶେଷରେ ଅନ୍ୟ ଉପାୟ ନପାଇ ନିଜ କାନ୍ଧରେ ବୋହି ଚାଲି ଚାଲି ବାହାରିଥିଲେ ନିଜ ଭିଟାମାଟିକୁ । ପରେ ଆନ୍ଧ୍ର ପ୍ରଦେଶର ବିଜୟନଗରମ ନିକଟରେ ପୋଲିସ ଦେଖି ଅଟକାଇବା ପରେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଆମ୍ବୁଲାନ୍ସ ଯୋଗାଡ଼ କରି ସୋରଡ଼ା ଗ୍ରାମକୁ ପଠାଇବା ବ୍ୟବସ୍ଥା କରିଥିଲେ ଆନ୍ଧ୍ର ପୋଲିସ । ସେପଟେ ଏନେଇ ସୁଙ୍କି ଓ ପଟାଙ୍ଗି ପୋଲିସ ପାଖରେ ଏସର୍ମ୍ପରେ ଖବର ନଥିବା କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ