Masthead

ରାସ୍ତାକଡ଼ରୁ ହଟିବ ଅଚଳ ଗାଡ଼ି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଣିକି ରାସ୍ତାକଡ଼ରୁ ହଟିବ ଅଚଳ ଗାଡ଼ି। ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇବା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଚଳ ହୋଇ ପଡ଼ିଥିବା ଗାଡ଼ି ଉପରେ ନୋଟିସ୍ ମଧ୍ୟ ଲଗାଯାଇଛି। ୭ ଦିନ ମଧ୍ୟରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ଗାଡ଼ିକୁ ନେବା ଲାଗି ନୋଟିସ୍ ଦିଆଯାଇଛି । ଯଦି ଗାଡ଼ି ମାଲିକ ଗାଡ଼ି ନ ଉଠାନ୍ତି, ତେବେ ବିଏମ୍‌ସି ଉଠାଇ ନେଇ ସେହି ଅଞ୍ଚଳକୁ ଖାଲି କରିବ।

ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ମଧ୍ୟ ଦିଆଯାଇଛି। ଭୁବନେଶ୍ୱର ଭୋଇନଗରରୁ ବିଏମସି ଏହି ଅଭିଯାନ ଆରମ୍ଭ କରିଛି । ବିଏସସି କର୍ମଚାରୀ ରାସ୍ତାରେ ଥିବା ଅଚଳ ଗାଡିକୁ ଉଠାଇବା ପାଇଁ ସେହି ଗାଡିରେ ନୋଟିସ୍ ଲଗାଇଛନ୍ତି । ଦୀର୍ଘ ଦିନ ଧରି ରାସ୍ତା ଉପରେ ଏପରି ଗାଡି ରଖାଯାଉଥିବାରୁ ପରିମଳ ସ୍ଥିତି ଖରାପ ହେଉଛି । ରାସ୍ତା ସଫା କରିବାରେ ସଫେଇ କର୍ମଚାରୀ ସମସ୍ୟା ଭୋଗଉଛନ୍ତି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ