ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାବବିହ୍ୱଳ ହେଲେ ପାକିସ୍ତାନ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କହିଲେ ପାକିସ୍ତାନର ଗଣତନ୍ତ୍ର ଅସୁରକ୍ଷିତ । ସୁପ୍ରିମକୋର୍ଟ ଚାହିଁଲେ ଦେଶର ସ୍ଥିତି ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କୁ ଅପିଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ବିଚାରପତି ହିଁ ଦେଶର ଶେଷ ଆଶା । ଦେଶରେ ଆଉ ଆଇନ କାନୁନର ବ୍ୟବସ୍ଥା ନାହିଁ ।
ସେପଟେ ଇମ୍ରାନ ଏକ କମିଟି ଗଠନ କରିବେ, ଯେଉଁ କମିଟି ଲୋକଙ୍କୁ ନିକଟକୁ ଯାଇ ଇମ୍ରାନଙ୍କ ପ୍ରସଙ୍ଗରେ ଦୁଇଟି ପ୍ରଶ୍ନ ପଚାରିବେ । ଇମ୍ରାନଙ୍କୁ ବାଦ ଦେଇ ପାକିସ୍ତାନରେ ଭଲ ସରକାର ଗଠନ କରିହେବ କି ନାହିଁ, ଦ୍ବିତୀୟରେ ପାକିସ୍ତାନ ରାଜନୀତିରେ ଇମ୍ରାନ ରହିବେ କି ନାହିଁ । ଏହି କମିଟି ଲୋକଙ୍କଠୁ ଉତ୍ତର ପାଇବା ପରେ ଆସନ୍ତା ଅକ୍ଟୋବରରେ ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତୁତ ହେବ ଇମ୍ରାନ ଖାନ କହିଛନ୍ତି ।