Masthead

ଚିନ୍ତା ବଢ଼ାଇଲାଣି କାପ୍ପା ଭ୍ୟାରିଆଣ୍ଟ

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ଡେଲ୍ଟା ଭ୍ୟାରିଆଣ୍ଟ ପରେ ଏବେ କାପ୍ପା ଭ୍ୟାରିଆଣ୍ଟକୁ ନେଇ ବଢ଼ିଲାଣି ଚିନ୍ତା । ଉତ୍ତରପ୍ରଦେଶରେ ଜିନୋମ ସିକ୍ୱେନ୍ସ ସମୟରେ କରୋନାର ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି । ୨ଜଣ କରୋନା ରୋଗୀ ଏହି କାପ୍ପା ଭ୍ୟାରିଆଣ୍ଟ ଦ୍ୱାରା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଏବେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ୟୁପିର କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟରେ ୧୦୯ଟି ନମୁନାର ଜିନୋମ ସିକ୍ୱେନ୍ସ କରାଯାଇଥିଲା । ସେଥିମଧ୍ୟରୁ ୧୦୭ଟି ଡେଲ୍ଟା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା । ଓ ଦୁଇଟି କାପ୍ପା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହାପରେ ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି ।

ରାଜ୍ୟରେ ଆଉ କାପ୍ପା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି କି ନାହିଁ ସେ ବାବଦରେ ଯାଞ୍ଚ ଆରମ୍ଭ କରିଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେପଟେଚିହ୍ନଟ ହୋଇଥିବା ଦୁଇଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ଏହି ଭିନ୍ନ ଭିନ୍ନ ପ୍ରଜାତି ଦେଶରେ ତୃତୀୟ ଲହର ଆଣିବ କି ନା ସେ ନେଇ ବି ବିଶେଷଜ୍ଞ ମାନେ ଅନୁଧ୍ୟାନ କରିବା ଆରମ୍ଭ କରିଦେଇଛନ୍ତି । ଏହି ଭାଇରସ ପ୍ରତି ଏତେ ଭୟ ନଥିବା ବି କହିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଏହି କାପ୍ପା ଭ୍ୟାରିଆଣ୍ଟ ୟୁକେରୁ ଚିହ୍ନଟ ହୋଇଥିବା ବେଳେ ଏହାକୁ ଘାତକ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା