Masthead

ପରଲୋକରେ ପ୍ରଦୀପ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ପରଲୋକରେ ବଡ଼ ଖବର ଆଠମଲ୍ଲିକ ପ୍ରତିନିଧି ପ୍ରଦୀପ ଘିୱାଲା । କରୋନାରେ ଆକ୍ରାନ୍ତ ହୋଇ ପ୍ରଦୀପଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ୮ ତାରିଖରେ ସେ କୋଭିଡ୍ ପଜିଟିଭ ହେବା ପରେ ତାଙ୍କୁ ଆଠମଲ୍ଲିକରୁ ଅନୁଗୁଳ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ଅକ୍ସିଜେନ ସ୍ତର ହ୍ରାସ ପାଇବା ପରେ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ଅଣାଯାଇଥିଲା ତେବେ ରବିବାର ତାଙ୍କର ପରଲୋକ ହୋଇଛି ।

କୋଭିଡ୍ ସଂକ୍ରମିତ ହେବା ପୂର୍ବରୁ ସେ ଗତ ୩୧ ତାରିଖରେ କରୋନା ଟିକା ନେଇଥିଲେ । ପରେ ସେ ଅସୁସ୍ଥ ହୋଇ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇ ସୁସ୍ଥ ହୋଇଥିଲେ ପୁଣି କିଛି ଦିନ ପରେ ଅସୁସ୍ଥ ହୋଇ କୋଭିଡ୍ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କ ଭଳି ଦକ୍ଷ, ପ୍ରତିଭାବାନ ସାମ୍ବାଦିକ ଖୁବ୍ ବିରଳ । ଜଣେ ସାମ୍ବାଦିକ ଭାବେ ନିଜ ଜିଲ୍ଲାର ଇତିହାସ, ଭୂଗୋଳ, ସାମାଜିକ, ଅର୍ଥନୀତି, ସଂସ୍କୃତି ସଂପର୍କରେ ସେ ଯେଉଁ ଭଳି ଜ୍ଞାନ ରଖୁଥିଲେ, ନିଜର କର୍ମ ଓ କର୍ମକ୍ଷେତ୍ରକୁ ଭଲ ପାଉଥିଲେ, ତାହା ବାସ୍ତବିକ ପ୍ରେରଣାଦାୟୀ ।

ବଡ଼ ଖବରର ଜଣେ ଦାୟିତ୍ୱସମ୍ପର୍ଣ୍ଣ ତଥା ସକ୍ରିୟ ସଦସ୍ୟଭାବେ ସେ ଅନେକ ଖବର ଲୋକଲୋଚନକୁ ଆଣିଥିଲେ । ସେ ସବୁବେଳେ ସାଧାରଣ ଲୋକଙ୍କ ସ୍ବାର୍ଥ ସମ୍ବଳିତ ଖବରରେ ନିଜକୁ ସମର୍ପିତ ରଖିଥିଲେ । ପ୍ରଦୀପଙ୍କ ଦେହାନ୍ତରେ ବଡ଼ ଖବର ପରିବାରର ସମସ୍ତ ସଦସ୍ୟ ମର୍ମାହତ ହୋଇଛନ୍ତି । ତାଙ୍କ ବିୟୋଗରେ ଆଠମଲ୍ଲିକ ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗ ରାଜ୍ୟର ସାମ୍ବାଦିକ ଜଗତ, ଅନୁଗୁଳ ଜିଲ୍ଲା, ‘ବଡ଼ ଖବର’ ପରିବାର ପାଇଁ ଅପୂରଣୀୟ କ୍ଷତି । ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଦେନ୍ଧୁ ଦାସ ପ୍ରଦୀପଙ୍କ ବିୟୋଗ ଆମ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି