Masthead

ସୀମା ପୁନଃନିର୍ଦ୍ଧାରଣ ହେଲେ ୨୧ରୁ ୧୮କୁ ଖସିବ ଓଡ଼ିଶା ଲୋକସଭା ଆସନ ସଂଖ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କମିବ ଓଡ଼ିଶା ଲୋକସଭା ଆସନ ସଂଖ୍ୟା । ୨୧ ଆସନ ପରିବର୍ତ୍ତେ ରହିବ ୧୮ ଆସନ । ୩ଟି ଲୋକସଭା ଆସନ ହରାଇବ ଓଡ଼ିଶା । ସୀମା ପୁନଃନିର୍ଦ୍ଧାରଣ କରାଗଲେ ଦକ୍ଷିଣ ଭାରତ ରାଜ୍ୟ ସହିତ ଓଡ଼ିଶାର ଲୋକସଭା ଆସନ ହ୍ରାସ ପାଇବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଅଧିକ ୨୨ଟି ଲୋକସଭା ଆସନ ପାଇବେ । ସେହିପରି ତାମିଲନାଡୁ ୮ଟି, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ୮ଟି, କେରଳ ୮ଟି, ପଶ୍ଚିମବଙ୍ଗ ୪ଟି, କର୍ଣ୍ଣାଟକ ୨ଟି, ହିମାଚଳପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଗୋଟିଏ ଲେଖାଏଁ ଆସନ ହରାଇବେ । ଅନ୍ୟପଟେ ଉତ୍ତରପ୍ରଦେଶ ସର୍ବାଧିକ ୧୧ଟି, ବିହାର ୧୦ଟି ଅଧିକ ଆସନ ପାଇବ । ରାଜସ୍ଥାନ ଅଧିକ ୬ଟି ଏବଂ ମଧ୍ୟପ୍ରଦେଶ ୪ଟି ଆସନ ପାଇବ । ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିଆଣା ଓ ଝାଡଖଣ୍ଡକୁ ଗୋଟିଏ ଲେଖାଏଁ ଆଲୋସଭା ଆସନ ମିଳିବ । ଆସାମ ଓ ମହାରାଷ୍ଟ୍ରର ଆସନ ସଂଖ୍ୟା ବଦଳିବ ନାହିଁ ।

୧୯୭୬ ମସିହାରୁ ଲୋକସଭା ଆସନଗୁଡିକର ସୀମା ପୁନଃନିର୍ଦ୍ଧାରଣ କରାଯାଇନାହିଁ । ଯଦି ଲୋକସଭାର ମୋଟ ଆସନ ଏବଂ ଭାରତର ଜନସଂଖ୍ୟାକୁ ନେଇ ସୀମା ପୁନଃନିର୍ଦ୍ଧାରଣ କରାଯାଏ ତେବେ ଆସନ ସଂଖ୍ୟା ବଦଳିବ । ସମ୍ବିଧାନରେ ପ୍ରତ୍ୟେକ ଜନଗଣନା ପରେ ଲୋକସଭା ଆସନଗୁଡିକ ସୀମା ପୁନଃନିର୍ଦ୍ଧାରଣ ଜନସଂଖ୍ୟା ଅନୁଯାୟୀ କରାଯିବା ପାଇଁ ନିୟମ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କରାଯାଇନାହିଁ । ୨୦୦୨ରେ ୮୪ତମ ସମ୍ବିଧାନ ସଂଶୋଧନରେ ଏହି ସୀମା ପୁନଃନିର୍ଦ୍ଧାରଣକୁ ୨୦୨୬ ପରକୁ ରଖାଯାଇଛି ।

୨୦୦୧ ପରେ ୨୦୧୧ରେ ଜନଗଣନା ହେବାକୁ ଥିବା ବେଳେ ତାହା ଏପର୍ଯ୍ୟନ୍ତ ହୋଇନାହିଁ । ଯେହେତୁ ୨୦୧୧ରେ ଜନଗଣନା ହୋଇନାହିଁ ତେଣୁ ଯଦି ୨୦୨୬ ପୂର୍ବରୁ ଜନଗଣନା କରାଯାଇ ଲୋକସଭା ଆସନ ଗୁଡିକର ସୀମା ପୁନଃନିର୍ଦ୍ଧାରଣ କରାଯାଏ ତେବେ ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ଆସନ କମିବ । ଉତ୍ତରଭାରତରେ ଆସନ ସଂଖ୍ୟା ବଢିବ । ଯଦି ଜନସଂଖ୍ୟାକୁ ଆଧାର କରି ଲୋକସଭା ଆସନ ସଂଖ୍ୟା ବଢାଯାଏ ତେବେ ଆସନ ସଂଖ୍ୟା ୫୪୫ରୁ ୮୪୮କୁ ବୃଦ୍ଧି ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ