Masthead

ଜମି ବନ୍ଧା ପକାଇଛି ଭୂତ

ଯଶୀପୁର (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକରେ ଥିବା ସେବା ସମବାୟ ସମିତି ମାନଙ୍କରେ ଅନିୟମିତତା ଏଵେ ଚରମ ସୀମାରେ ପହଞ୍ଚିଛି । ଏଭଳି ଏକ ଜାଲିଆତି ଓ ଦୁର୍ନୀତିର ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକର ଯଶୀପୁର ସେବା ସମବାୟ ସମିତି ନାମରେ । ଅଭିଯୋଗ ମୁତାବକ ଏହି ସମିତି ଅଧିନ ବଳସାହି ଗ୍ରାମର ଦିନବନ୍ଧୁ ସାହୁଙ୍କର ୨୦୦୯ରେ ମୃତ୍ୟୁ ହୋଇଥିଲା । ୨୦୧୮ରେ ତାଙ୍କ ନାମରେ ଉକ୍ତ ସମିତିରେ ଲୋନ ଉଠା ଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ।

ଏ ବିଷୟରେ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଜଣାପଡିଛି। ଏ ବିଷୟରେ ମୃତବ୍ୟକ୍ତିର ପରିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସମବାୟର ସମ୍ପାଦକଙ୍କ କହିବା କଥା ମୃତବ୍ୟକ୍ତିଙ୍କ ପୁଅ ସେହି କାଗଜପତ୍ରରେ ଲୋନ ନେଇଥିବା କଥା କହିଛନ୍ତି। କିଏ ସତ କହୁଛି ତଦନ୍ତକଲେ ତାହା ସାମ୍ନାକୁ ଆସି ପାରନ୍ତା ବୋଲି କହିଛନ୍ତି ମୃତ ବ୍ୟକ୍ତିର ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ