Masthead

ଶେଷ ୧୫ ମିନିଟ ବେଶ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ   (ବଡ଼ ଖବର ବ୍ୟୁରୋ): ଆଜି ଚନ୍ଦ୍ରରେ ପାଦ ଦେବ ଭାରତ । ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରୟାନ-୩ । ଆଉ କିଛି ଘଣ୍ଟାର ଅପେକ୍ଷା । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଅଲ ଇଜ ୱେଲ ଥିବା ଇସ୍ରୋ କହିଛି । ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ ବା ଗତିବେଗ ହ୍ରାସ ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି ।

ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଶେଷ ୧୫ ମିନିଟ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଚନ୍ଦ୍ରରେ ପର୍ଯ୍ୟାପ୍ତ ବାୟୁ ନାହିଁ । ଅତ୍ୟଧିକ ଧୂଳି ରହିଛି । ତେଣୁ ଚନ୍ଦ୍ରରେ ହେଉ ଅବା ମଙ୍ଗଳଗ୍ରହରେ କୌଣସି ମହାକାଶଯାନ ଓହ୍ଲାଇଥାଏ ସେଠାରେ ବେଗ ଧୀମା କରିବାକୁ ପଡିଥାଏ । ଏହାଦ୍ୱାରା ଯେଉଁ ସ୍ଥାନରେ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଥିବ ସେଠାରେ ଓହ୍ଲାଇ ହେବ । ତେଣୁ ସଫ୍ଟ ଲ୍ୟାଣ୍ଡିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ୧୫ ମିନିଟରେ ଳ୍ୟାଣ୍ଡର ଗତିକୁ କମାଇ ଭୂସମାନ୍ତର ସ୍ଥିତିକୁ ଆଣିବାକୁ ପଡ଼ିବ । ଏଥିରେ ସଫଳତା ଭାରତର ଚନ୍ଦ୍ର ମିଶନ ପାଇଁ ନିର୍ଣ୍ଣାୟକ ହେବ ।

୨୦୧୯ରେ ମଧ୍ୟ ଚନ୍ଦ୍ରୟାନ-୨ ଶେଷ ୧୫ ମିନିଟ ସଫଳ ହୋଇ ନପାରିବାରୁ ମିଶନ ଫେଲ ହୋଇଥିଲା । ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ବିକ୍ରମର ସ୍ଥିତିରେ ପରିବର୍ତ୍ତନ ବିଫଳ ହେବାରୁ ଏହା ଲକ୍ଷ୍ୟ ଠାରୁ ମାତ୍ର ୭.୪୨ କିମି ଶେଷ ପର୍ଯ୍ୟାୟ ‘ଫାଇନ ବେକ୍ରିଂ ଫେଜ’ରେ ଚନ୍ଦ୍ର ପୃଷ୍ଠ ସହ ମାଡ଼ ହୋଇଥିଲା । ସେପଟେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ସନ୍ଧ୍ୟା ୫ ଟା ୪୭ ରେ ଲ୍ୟାଣ୍ଡିଂ ପ୍ରକିୟା ଆରମ୍ଭ ବେଳେ ଲ୍ୟାଣ୍ଡରକୁ ପ୍ରାୟ ୯୦ ଡିଗ୍ରୀ ଟିଲ୍ଟରୁ ଭର୍ଟିକାଲ ପୋଜିସନ ଆଣିବା ହେଉଛି ସବୁଠୁ ବଡ଼ ଚ୍ୟାଲେଞ୍ଜ । ଚନ୍ଦ୍ରୟାନ-୨ ବେଳେ ମଧ୍ୟ ଏଠାରେ ସମସ୍ୟା ହୋଇଥିଲା । ଏହି ଟ୍ରାଞ୍ଜିସନ ଉପଯୁକ୍ତ ଭାବେ ଇନ୍ଧନ ପ୍ରବନ୍ଧନ, ଠିକ ଦୂରତା ମାପିବା ଏବଂ ନିର୍ଭୁଲ ଆଲଗୋରିଦିମ ଆବଶ୍ୟକ କରେ ।ଏଥିରେ ସାମନ୍ୟ ତ୍ରୁଟିର ପରିମାଣ ସମ୍ପୂର୍ଣ୍ଣ ବିପରୀତ ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ