Before Header

ପ୍ରଦୂଷଣକୁ ରୋକିବା ପାଇଁ ଆନନ୍ଦବିହାରରେ ନିର୍ମାଣ ହେଲା ସ୍ମଗ ଟାୱାର

0 15

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସାରା ଭାରତରେ ବାୟୁପ୍ରଦୂଷଣ ବଢିବାରେ ଲାଗିଛି । ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀରେ ବାୟୁପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆନନ୍ଦବିହାରରେ ସ୍ମଗ ଟାୱାର ନିର୍ମାଣ କରାଯାଇଛି । ତେବେ କେନ୍ଦ୍ରୀୟ ପର୍ଯ୍ୟାବରଣ ଏବଂ ଜଳବାୟୁ ପରିବହନ ମନ୍ତ୍ରୀ ଭୂପେଶ ଯାଦବ ଭିଡିଓ କନଫେରେନ୍ସିଂ ସାହାଯ୍ୟରେ ଏହାର ଉଦଘାଟନ କରିଥିବାର ସୂଚନା ମିଳିଛି । ଏହା ପୂର୍ବରୁ ଦିଲ୍ଲୀର କର୍ଣ୍ଣାଟ ପ୍ଲେସରେ ପ୍ରଥମ ସ୍ମଗ ଟାୱାର ନିର୍ମାଣ କରାଯାଇଥିଲା ।

ଅପରପକ୍ଷରେ ଆନନ୍ଦବିହାରରେ ପ୍ରଦୂଷଣର ମାତ୍ରା ଅନ୍ୟସ୍ଥାନମାନଙ୍କ ଠାରୁ ଅଧିକ ଥିବାରୁ ସେଠାରେ ସ୍ମଗ ଟାୱାର ନିର୍ମାଣ କରିବା ଜରୁରୀଥିଲା । ସରକାରଙ୍କ ଏପରି କାର୍ଯ୍ୟକୁ ବେଶ ପସନ୍ଦ କରିଛନ୍ତି ସ୍ଥାନୀୟ ଅଧିବାସୀ । ଅନ୍ୟପଟେ ଏହି ସ୍ମଗ ଟାୱାରକୁ ନିର୍ମାଣ କରିବା ପାଇଁ ପାଖାପାଖି ଗୋଟିଏ ବର୍ଷ ସମୟ ଲାଗିଥିବାର ସୂଚନା ମିଳିଛି । ଯାହାର ନିର୍ମାଣରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ପଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାୟୁକୁ ଫିଲଟର କରିବାରେ ଏହା ସହାୟକ ହୋଇଥାଏ । ପ୍ରଦୂଷିତ ବାୟୁକୁ ସ୍ମଗ ଟାୱାର ପ୍ରଥମେ ନିଜ ଆଡ଼କୁ ନେଇଥାଏ ଏବଂ ଫିଲଟର ସାହାଯ୍ୟରେ ଏହାକୁ ସଫା କରିଥାଏ । ଏହା ପରେ ସମ୍ପୃକ୍ତ ଟାୱାରରେ ଲାଗିଥିବା ୪୦ ଗୋଟି ଫ୍ୟାନ ଏହାକୁ ବାୟୁମଣ୍ଡଳକୁ ଛାଡିଥାଏ ।

Leave A Reply

Your email address will not be published.