Masthead

ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ଆର୍‌ଜେଡି ନେତା

ବିହାର(ବଡ଼ ଖବର ବ୍ୟୁରୋ): ଟିକେଟ୍‌ କଟିବାର ଦୁଃଖ ନେତାଙ୍କ ଠାରୁ ଅଧିକ ଅବା କିଏ ବୁଝି ପାରିବ। ଟିକେଟ୍‌ କଟିଲେ ନେତାଏ ପାର୍ଟି ଛାଡି ଦିଅନ୍ତି ତ କେହି ନିଜ ଦଳୀୟ ସମର୍ଥକଙ୍କୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ କରି ଦିଅନ୍ତି। ଏଠି କିନ୍ତୁ ଚିତ୍ର ଭିନ୍ନ । ଟିକେଟ କଟିବାରୁ ଜନ ସମାବେଶଙ୍କୁ ସମ୍ବୋଧିତ କରିବା ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ଏପରି ଦୃଶ୍ୟ ସଭାକୁ ଆର୍ଶ୍ଚଯ୍ୟ ପରିସ୍ଥିତିରେ ପକାଇ ଦେଇଥିଲା।

କାନ୍ଦି କାନ୍ଦି ନେତା ଜଣକ ଟିକେଟ୍‌ ନ ଦେବାରୁ ଦଳର ହାଇକମାଣ୍ଡଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ନେତାଙ୍କୁ ତାଙ୍କ ସମର୍ଥକମାନେ ସମ୍ଭାଳି ନେଇଥିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବିହାରରେ। ବିହାରର ଆର୍‌ଜେଡି ନେତା ତଥା ପୂର୍ବତନ ସାଂସଦ ସରଫରାଜ ଆଲମଙ୍କୁ ଦଳ ଏଥିର ଟିକେଟ୍‌ ଦେଇନି। ଏହାକୁ ସେ ସହ୍ୟ କରି ପାରି ନାହାନ୍ତି। ଅରରିୟାରେ ଏକ ଜନସଭାକୁ ସମ୍ବୋଧିକ କରିବା ସମୟରେ ଲୋକଙ୍କ ଆଗରେ ସେ କାନ୍ଦି ପକାଇଛନ୍ତି। ପୂର୍ବତନ ସାଂସଦଙ୍କ ଏହି କାନ୍ଦୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ