Masthead

ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ଆର୍‌ଜେଡି ନେତା

ବିହାର(ବଡ଼ ଖବର ବ୍ୟୁରୋ): ଟିକେଟ୍‌ କଟିବାର ଦୁଃଖ ନେତାଙ୍କ ଠାରୁ ଅଧିକ ଅବା କିଏ ବୁଝି ପାରିବ। ଟିକେଟ୍‌ କଟିଲେ ନେତାଏ ପାର୍ଟି ଛାଡି ଦିଅନ୍ତି ତ କେହି ନିଜ ଦଳୀୟ ସମର୍ଥକଙ୍କୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ କରି ଦିଅନ୍ତି। ଏଠି କିନ୍ତୁ ଚିତ୍ର ଭିନ୍ନ । ଟିକେଟ କଟିବାରୁ ଜନ ସମାବେଶଙ୍କୁ ସମ୍ବୋଧିତ କରିବା ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ଏପରି ଦୃଶ୍ୟ ସଭାକୁ ଆର୍ଶ୍ଚଯ୍ୟ ପରିସ୍ଥିତିରେ ପକାଇ ଦେଇଥିଲା।

କାନ୍ଦି କାନ୍ଦି ନେତା ଜଣକ ଟିକେଟ୍‌ ନ ଦେବାରୁ ଦଳର ହାଇକମାଣ୍ଡଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ନେତାଙ୍କୁ ତାଙ୍କ ସମର୍ଥକମାନେ ସମ୍ଭାଳି ନେଇଥିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବିହାରରେ। ବିହାରର ଆର୍‌ଜେଡି ନେତା ତଥା ପୂର୍ବତନ ସାଂସଦ ସରଫରାଜ ଆଲମଙ୍କୁ ଦଳ ଏଥିର ଟିକେଟ୍‌ ଦେଇନି। ଏହାକୁ ସେ ସହ୍ୟ କରି ପାରି ନାହାନ୍ତି। ଅରରିୟାରେ ଏକ ଜନସଭାକୁ ସମ୍ବୋଧିକ କରିବା ସମୟରେ ଲୋକଙ୍କ ଆଗରେ ସେ କାନ୍ଦି ପକାଇଛନ୍ତି। ପୂର୍ବତନ ସାଂସଦଙ୍କ ଏହି କାନ୍ଦୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ