Before Header

ଟ୍ରକ ମାଲିକଙ୍କ ଭଳି ଆଦିବାସୀଙ୍କୁ ମଧ୍ୟ ଧୋକା ଦେଇଛନ୍ତି ବିଧାୟିକା

0 3,206

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଗତ କିଛି ଦିନ ହେବ ଆମେ ବଡ଼ ଖବର ମାଧ୍ୟମରେ ଚମ୍ପୁଆ ବିଧାୟିକା ମିନାଖି ମାହାନ୍ତ କିପରି ନିଜ ସ୍ୱାମି ଓ ପରିବାର ଲୋକଙ୍କ ଦ୍ୱାରା କେନ୍ଦୁଝର ଜିଲ୍ଲାର ଖଣି ଖାଦାନରୁ ଲୁଟ କରୁଛନ୍ତି ତାହା ପ୍ରମାଣ ସହ ଦେଖେଇ ଆସୁଛି । ଏମିତି କି ଗୋଟିଏ ନିର୍ବାଚନ ମଣ୍ଡଳୀରେ ଦୁଇ ଜଣ ବିଧାୟକ ଭାବେ କାମ କରୁଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ । ବିଧାନସଭାରେ ମିନାକ୍ଷୀ ବିଧାୟିକା ଭାବେ କାମ ଚଲାଇଥିବା ବେଳେ ଯୋଡ଼ା ବଡ଼ବିଲ ଅଂଚଳରେ ଦାଦାଗିରି କରି ଓ ବିଧାୟକ ପାୱାର ଦେଖାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ସ୍ୱାମୀ ଭକ୍ତ ମାହାନ୍ତ ।

ତେବେ ଯେପରି ଆମେ ବଡଖବର ମାଧ୍ୟମରେ ଦେଖାଇଥିଲୁ ଯେ ଭକ୍ତ ମାହାନ୍ତ ସ୍ଥାନୀୟ ଟ୍ରକ ମାଲିକ ମାନଙ୍କ ପେଟରେ ଲାତ ମାରିଛନ୍ତି ସେପରି ଆଉ ଏକ ବଡ ପ୍ରମାଣ ଲାଗିଛି ଆମ ହାତରେ । ଏଠି ନିଜ ଅଂଚଳର ସ୍ଥାନୀୟ ଆଦିବାସୀ ମାନଙ୍କୁ ଧୋକା ଦେଇ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଭକ୍ତ ।

ଯେଉଁଠୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର ସେହି ଅଂଚଳର ନିରିହ ଆଦିବାସୀଙ୍କୁ ବି ଧୋକା ଦେବାକୁ ପଛେଇଲେନି ଚମ୍ପୁଆ ବିଧାୟିକା ମିନାକ୍ଷୀ ମାହାନ୍ତ । ଯେଉଁ ପଳଷା ପଂଚାୟତରୁ ସମିତିସଭ୍ୟା ଭାବେ ଜିତି ନିଜର ପଲିଟିକାଲ ଯାତ୍ରା ଆରମ୍ଭ କରିଥିଲେ ମିନାକ୍ଷୀ ଏବେ ବିଧାୟିକା ହେବାପରେ ସ୍ୱାମୀଙ୍କ ପାଇଁ ସେହି ଗାଁର ନିରିହ ଅଦାବାସୀଙ୍କୁ ଧୋକା ଦେଇଥିବାର ପ୍ରମାଣ ମିଳିଛି । ବର୍ଷେ ତଳେ ପଳଷାରେ ଥିବା ଜରିବାଲା ଲୌହ ଖଣିକୁ କାସଭି ଇଂଟେରନେସନାଲ କମ୍ପାନୀ ଲିଜ ମାଧ୍ୟମରେ ନେଇଛି ।

ତେବେ କମ୍ପାନୀ କାମ ଆରମ୍ଭ ପୁର୍ବରୁ ଖଣି ପ୍ରଭାବିତ ପଳାଷ ଗ୍ରାମ ବାସୀଙ୍କ ପାଇଁ ଖଣିରେ ୩୫ପ୍ରତିଶତ କାମ ଦେବାକୁ କଥାକଥିତ ବିଧାୟକ ଭକ୍ତ ମାହନ୍ତ ଙ୍କ ଉପସ୍ତିତିରେ ଫାଇନାଲ କରିଥିଲା ଓ ପରେ ଗ୍ରାମବାସୀଙ୍କ ସମ୍ମତିରେ କାସଭି କମ୍ପାନୀ କାମ ଆରମ୍ଭ କରିଥିଲା । ତେବେ କାମ ଆରମ୍ଭ ହେବା ପରେ ସବୁ ପ୍ରତିଶୃତି ଭୁଲିଯାଇଥିଲା ଓ ଗ୍ରାମବାସୀଙ୍କୁ ଏଯାବତ କୌଣସି କାମ ଦେଇନାହିଁ ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତିର୍ବ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଖଣିରେ କାମ ଚାଲିଛି , ମାଲ ପରିବହନବି ଚାଲିଛି ସ୍ଥାନୀୟ ଲୋକେ ଧୁଳିଧୁଆଁ ଖାଇ ନୟାନ୍ତ ହୋଇ ପଡିଲେଣି କିନ୍ତୁ ବର୍ଷେ ତଳେ କମ୍ପାନୀ କର୍ତୁପକ୍ଷ ଓ ବିଧାୟକ ଗ୍ରାମବାସଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲିଯାଇଛନ୍ତି । ଏପଟେ ପେଟର ଜ୍ୱାଳାକୁ ଶହିନପାରି ସ୍ଥାନୀୟ ଅଦାବାସୀ ମାନେ କମ୍ପାନୀ କର୍ତ୍ତୁପକ୍ଷ, ବିଧାୟିକାଙ୍କ ସ୍ୱାମୀ ଓ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ।

ସେପଟେ ଯେଉଁ କାମ ଗ୍ରାମବାସୀ ମାନେ ପାଇବା କଥା ସେସବୁ କାମକୁ ଭକ୍ତ ମାହାନ୍ତ ନିଜ ହାତକୁ ନେଇ ନିଜ ଲୋକଙ୍କୁ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଅନ୍ୟ ପକ୍ଷରେ ଯୋଡା ଅଂଚଳରୁ ଖଣିଜ ପଦାର୍ଥ ପରିବହନ ହେଉକି ଖଣି ଭିତରର କାମ ସବୁ ବ୍ୟବସ୍ଥାକୁ ଏବେ ଚମ୍ପୁଆର ଦ୍ୱିତିୟ ବିଧାୟକ ଭକ୍ତ ମାହାନ୍ତ ନିଜ କବଜ୍ଜାରେ ରଖି ସ୍ଥାନୀୟ ଲୋକଙ୍କୁ ଜିବିକା ଶୁନ୍ୟ କରିବା ସହ ସାଉଥ ଇଣ୍ଡିଆ କମ୍ପାନୀକୁ ରୋଜଗାର ଯୋଗାଇ ଦେଉଥିବା ଦେଖାଯାଉଛି ।

ତେବେ ଆମ ସରକାରଙ୍କ ଏମିତି ସାଉଥ ଇଣ୍ଡିଆ କମ୍ପାନୀ ପ୍ରତି ଏବେ କେନ୍ଦୁଝର ଜିଲ୍ଲାବାସୀ ବୁଝିସାରିଥିବା ସହ ଆଗାମୀ ଦିନରେ ଏସବୁକୁ ତିବ୍ର ବିରୋଧ କରାଯିବାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.