Masthead

ସଂକଟରେ ଯୁବ ଶିକ୍ଷକଙ୍କ ଜୀବନ, ଆପଣ ବଢାଇପାରିବେ ସାହାଯ୍ୟର ହାତ

ଭୁବନେଶ୍ବର/ଭଦ୍ରକ (ବଡ଼ ଖବର ବ୍ୟୁରୋ): ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଶିକ୍ଷକ । ବଞ୍ଚିବା ପାଇଁ ଟଙ୍କା ଦରକାର । ଯାହା ବି ସମ୍ବଳ ଥିଲା ପରିବାର ଲୋକେ ସବୁ ଖର୍ଚ୍ଚ କରିସାରିଲେଣି । ଆଉ କିଛି ବି ବାକି ନାହିଁ । କିନ୍ତୁ ଏବେ ବି ଭଲ ହୋଇନାହାନ୍ତି ଜ୍ଞାନ ରଂଜନ ଦାସ । ଅବସ୍ଥା ଗୁରୁତର ହେବାରେ ଲାଗିଛି । ଚିକିତ୍ସା ପାଇଁ ଆହୁରି ଟଙ୍କା ଦରକାର । ପ୍ରତିଦିନର ହସ୍ପିଟାଲ ଚାର୍ଜ ଦେବାକୁ ବି ପରିବାର ଅସମର୍ଥ । ଏଭଳି ସ୍ଥିତିରେ କେମିତି ବଞ୍ଚିବେ ଶିକ୍ଷକ ଜ୍ଞାନ ରଂଜନ? ଆପଣଙ୍କ ମାନବିକତା ଜ୍ଞାନ ରଂଜନଙ୍କୁ ସୁସ୍ଥ କରିପାରେ । ଭଦ୍ରକ ଆଗରପଡ଼ାର ଜ୍ଞାନ ରଂଜନ ଦାସ । କୁଦକାନ୍ଥି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ । ବୟସ କମ୍ । ଦରମା ବି ଖୁବ୍ କମ୍ ପାଆନ୍ତି ସତ, କିନ୍ତୁ ନିଷ୍ଠାର ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ନିଜକୁ ସମର୍ପିତ ରଖିଛନ୍ତି । ବିନମ୍ର ବ୍ୟବହାର ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ସାଥୀ ଶିକ୍ଷକମାନେ ତାଙ୍କୁ ବେଶ୍ ଭଲ ପାଆନ୍ତି । ତେବେ ୧୮ ଦିନ ତଳେ ସେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଲା । ଗୁରୁତର ଅବସ୍ଥାରେ ଭୁବନେଶ୍ବରର କଳିଂଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ପ୍ରତିଦିନ ବେଡ୍, ମେଡିସିନ୍, ହସ୍ପିଟାଲ ଫି ଆଦି ପାଇଁ ୫୦ ହଜାରରୁ ବି ଅଧିକ ଟଙ୍କା ଦରକାର ହେଉଛି । ଯାହା ଦେବାକୁ ପରିବାର ପାଇଁ ଅସମ୍ଭବ ହୋଇପଡ଼ିଛି । ଟଙ୍କା ନ ଦେଲେ ଉନ୍ନତ ଚିକିତ୍ସା ବି ହୋଇପାରୁନି । ଯାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ । ଜଣେ ଯୁବ ଶିକ୍ଷକ ଆଜି ଟଙ୍କା ଅଭାବରୁ ଚିକିତ୍ସା ପାଇପାରୁ ନାହାନ୍ତି । ଏହାଠାରୁ ବିଡ଼ମ୍ବନ କ’ଣ ହୋଇପାରେ? ସରକାର ଜ୍ଞାନଙ୍କ ପାଇଁ ସାହାଯ୍ୟର ହାତ ବଢାନ୍ତୁ ବୋଲି କୁଦକାନ୍ଥି ସ୍କୁଲର ପ୍ରଧାନଶିକ୍ଷକ ନିବେଦନ କରିଛନ୍ତି ।

ସେପଟେ ପରିବାର ଲୋକେ ଜ୍ଞାନଙ୍କ ଜୀବନ ପାଇଁ ସହୃଦୟ ବ୍ୟକ୍ତିଙ୍କୁ ଆକୁଳ ନିବେଦନ କରିଛନ୍ତି । କିଛି କିଛି ସାହାଯ୍ୟ କଲେ ଜ୍ଞାନଙ୍କ ଉନ୍ନତ ଚିକିତ୍ସା କରାଯାଇପାରିବ, ତାଙ୍କୁ ବଞ୍ଚାଯାଇପାରିବ ବୋଲି ତାଙ୍କ ପତ୍ନୀ କାନ୍ଦି କାନ୍ଦି କହିଛନ୍ତି । ଆପଣ ଜ୍ଞାନ ରଂଜନଙ୍କୁ ସାହାଯ୍ୟ କରନ୍ତୁ । ଆପଣଙ୍କ ସାହାଯ୍ୟ ତାଙ୍କୁ ବଞ୍ଚାଇଦେବ । PHONE PAY/ GOOGLE PAY- 9437267578, A/C No.- 30332077235, IFSC code- SBIN0002039

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ