Masthead

କରୋନାରେ ଚାଲିଗଲା ଅଟୋ ଚାଳକର ଜୀବନ

ଭଦ୍ରକ (ବଡ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ନିଜ ଅଟୋରେ ଅନେକ ପ୍ରବାସୀଙ୍କୁ ଏପରିକି କରୋନା ଆକ୍ରାନ୍ତଙ୍କୁ ବୋହିଥିଲେ । କେବଳ ଯେ ସେ ନିଜ ପରିବାର ପ୍ରତିପୋଷଣ ପାଇଁ ଅଟୋ ଚଳାଉଥିଲେ ତାହା ନୁହେଁ |  ଜଣେ ଦରଦି ମଣିଷ ଭାବେ ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ଦିନ ଦ୍ୱିପ୍ରହର ହେଉ କି ବିଳମ୍ବିତ ରାତି ହେଉ ଯିଏ ଯେତେବେଳେ ଡାକିଦିଅନ୍ତି ଅବିଳମ୍ବେ ସେ ନିଜ ଅଟୋ ନେଇ ତାଙ୍କ ପାଖରେ ପହଞ୍ଚି ଯାଆନ୍ତି । ରୋଗୀଙ୍କୁ ମେଡିକାଲରେ ପହଁଞ୍ଚାଇବା ସହ ସେମାନଙ୍କର ଭଲ ମନ୍ଦ ବୁଝିବା, ସାହାଯ୍ୟ  କରିବାକୁ ମଧ୍ୟ ପଛାଇ ନଥାନ୍ତି ।

ସଦାସର୍ବଦା ନିଜ ପରିବାରକୁ ପଛରେ ପକାଇ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥାନ୍ତି ଏହି ଅଟୋ ଚାଳକ । ଗାଁର ଯେକୌଣସି ଆନୁଷ୍ଠାନିକ କାର୍ଯ୍ୟକ୍ରମ ହେଉ ଅଥବା ସାମାଜିକ ସଂଗଠନ ସହ ମିଶି କାର୍ଯ୍ୟକରିବା ହେଉ ସବୁଥିରେ ଆଗଭର ହୋଇ କାମ କରୁଥିଲେ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଂଚାୟତ ନନ୍ଦପୁର ଗ୍ରାମର ସୁକଦେବ ନାଥଙ୍କ ପୁଅ ମନୋଜ କୁମାର ନାଥ | ଗତ ସପ୍ତାହରେ ଥଣ୍ଡା ଜ୍ୱର ହେବାରୁ ସେ ଡାକ୍ତରୀ ଚିକିତ୍ସା କରାଇଥିଲେ । ପରେ କୋଭିଡ୍ ପରୀକ୍ଷା କରିବା ପରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତାପରେ ତାଙ୍କୁ ଭଦ୍ରକ କଲେଜ କୋଭିଡ୍ କେୟାରରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ତାରେ ତାଙ୍କର  ଦେହାନ୍ତ ଘଟିଛି ।

ଏପରିକି ତାଙ୍କର ମରଶରୀର ନିଜ ଭିଟାମାଟି ଆସିପାରି ନଥିଲା । ପ୍ରଶାସନ ପକ୍ଷରୁ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ବର୍ଷକ ତଳେ ମନୋଜଙ୍କ ସ୍ତ୍ରୀ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇ ଥିବାବେଳେ ଏବେ ମନୋଜଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ପରିବାରରେ କଳାମେଘ ସଦୃଶ ଢାଙ୍କି ହୋଇ ପଡିଛି । ମନୋଜଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଏବେ ବାପା ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଛନ୍ତି । ଏହି ୩ ବେସାହାରା ସନ୍ତାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ପିଏମ କେୟାର ଯୋଜନାରେ ସାମିଲ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼