Masthead

ଭାରତୀୟ ନୌସେନାରେ ସାମିଲ ହେବ ଏମକେ ୫୪ ଟର୍ପେଡୋ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ ଏଲଓସିରେ କ୍ରମାଗତ ଅସ୍ତ୍ରବିରତି ଉଲ୍ଲଂଘନ ସହ ଜମ୍ମୁ କାଶ୍ମୀରରେ ଆତଙ୍କୀଙ୍କ ଆକ୍ରମଣ ଅନ୍ୟପକ୍ଷେ ଉତ୍ତର ସୀମାରେ ଚୀନ ସହ ବିବାଦ । ଦୈତ ଚ୍ୟାଲେଞ୍ଜ ପାଲଟିଥିବା ପାକିସ୍ତାନ ଓ ଚୀନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । କୂଟନୀତି ସହ ପରାକ୍ରମ ବୃଦ୍ଧିରେ ଲାଗିଛି ଭାରତୀୟ ସେନା । ଭାରତ ଚଳିତ ବର୍ଷ ଅନେକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ଏହିକ୍ରମରେ ଶୁକ୍ରବାର ଆମେରିକା ସହ ଏକ ପ୍ରମୁଖ ସାମରିକ ଚୁକ୍ତି କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ।

ଆମେରିକା ସରକାରଙ୍କ ସହ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ୪୨୩ କୋଟି ଟଙ୍କା ଚୁକ୍ତି ସ୍ବାକ୍ଷର ହୋଇଛି । ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଏମକେ ୫୪ ଟର୍ପେଡୋ । ପ୍ରତିରକ୍ଷା ମନ୍ତ୍ରଣାଳୟ ୪୨୩ କୋଟି ଟଙ୍କା ବ୍ୟୟରେ ଭାରତୀୟ ନୌସେନା ପାଇଁ ଏମକେ ୫୪ ଟର୍ପେଡୋ କ୍ରୟ ପାଇଁ ବୈଦେଶିକ ସାମରିକ ବିକ୍ରୟ ଅଧୀନରେ ଆମେରିକା ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ତେବେ ଭାରତ ଏହାର ପି-୮ଓ ବିମାନରେ ଏମକେ ୫୪ ହାଲୁକା ଟର୍ପେଡୋ ବ୍ୟବହାର କରିବାକୁ ଯୋଜନା କରୁଛି ।

ଏମକେ ୫୪ ହେଉଛି ଏକ ଉନ୍ନତ ହାଲୁକା ଟର୍ପେଡୋ ଯାହା ଆମେରିକାର ନୌସେନାର ସହଯୋଗରେ ରେଥିୟାନ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ସିଷ୍ଟମ ଦ୍ବାରା ଡିଜାଇନ ଏବଂ ବିକଶିତ ହୋଇଛି । ଏହା ପୂର୍ବରୁ ଏହାକୁ ହାଲୁକା ହାଇବ୍ରିଡ୍ ଟର୍ପେଡୋ ଭାବରେ ଜଣାଯାଉଥିଲା । ଏଏସଡବ୍ଲ୍ୟୁ ଟର୍ପେଡୋ ଗଭୀର ସମୁଦ୍ରରେ କରାଯାଇଥାଏ । ଏହା ଅଣ୍ଡର ୱାଟର ଟାର୍ଗେଟକୁ ଟ୍ରାକିଂ, ବର୍ଗୀକରଣ ଏବଂ ଆକ୍ରମଣ କରିବାରେ ସକ୍ଷମ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ