ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବୋଲ ମାନୁନି ତୈଳ ଦର । ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି ପେଟ୍ରୋଲ ଓ ଡ଼ିଜେଲ ଦାମ । ରବିବାର ପୁଣି ଏଥିରେ ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ବୃଦ୍ଧି ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ୍ ଦର ୯୪ ଟଙ୍କା ୫୭ ପଇସା ପ୍ରତି ଲିଟର ପଇସା ହୋଇଛି ।

ସେପଟେ ମୁମ୍ବାଇରେ ତୈଳ ଦର ରେକର୍ଡ ଭାଙ୍ଗିଛି । ପେଟ୍ରୋଲ ଲିଟର ପିଛା ୧୧୧ଟଙ୍କା ୨୭ ପଇସାରେ ପହଞ୍ଚିଛି, ସେହିପରି ଡିଜେଲ ଦର ମଧ୍ୟ ୧୦୨ ଟଙ୍କା ୫୨ପଇସାକୁ ବୃଦ୍ଧି ପାଇଛି । ଏପଟେ ଭୁବନେଶ୍ୱରରେ ପେଟ୍ରେଲ ଲିଟର ପିଛା ଦାମ୍ ୧୦୭ ଟଙ୍କା ୮୪ ପଇସା , ଡିଜେଲ ଲିଟର ପିଛା ଦର ୧୦୪ ଟଙ୍କା ୩୦ ପଇସା ରହିଛି । ତେବେ ନିୟମିତ ବଢ଼ୁଥିବା ଦରଦାମକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ କେନ୍ଦ୍ର ଓ ରାଜ୍ୟ ସରକାର କ୍ସ୍ରକୁ ଦୋଷ ଦେବାରେ ବ୍ୟସ୍ତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ