Masthead

୩ ଦିନ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୌସୁମୀ ଦୁର୍ବଳ, ପହିଲାରୁ ଦେଖାଦେଲାଣି ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ବର୍ଷା କାରଣରୁ ଚିନ୍ତାରେ ଚାଷୀ ୩ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ ଖୁବ୍‌ କମ୍‌ ରହିଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବି ମୌସୁମୀର ଦୁର୍ବଳ ରହିବ। ଏବେ ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି। ଫଳରେ ଅଗଷ୍ଟ ଆରମ୍ଭରୁ ହିଁ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି।

ଜୁନ୍‌ ୧ ତରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟରେ ମୋଟ୍‌ ୪୬୧.୬ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ୫୮୬.୮ ମିମି ବର୍ଷା ହୋଇଥାଏ। ଅର୍ଥାତ୍‌ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧% ନିଅଣ୍ଟିଆ ବର୍ଷା ହୋଇଛି। ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉତ୍କଟ ରହିଛି। ସେଗୁଡ଼ିକ ହେଲା ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲା। ଏଠାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। । ତେଣୁ ୨ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ। ବର୍ଷା ମଧ୍ୟ ହୋଇପାରେ ବୋଲି କେନ୍ଦ୍ର ସୂଚନା ଦେଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ