Masthead

ସାଇବର ଠକଙ୍କ ନୂଆ ତରିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାର୍ସଲ ନାଁରେ ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ସାଇବର ଠକଙ୍କୁ ନେଇ ସତର୍କ ସୂଚନା ଜାରି କରିଛି ଓଡିଶା ପୋଲିସ ସଂସ୍ଥା । ଓଡିଶା ପୋଲିସ ସଂସ୍ଥା ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇଛି ଯେଉଁଥିରେ ଦର୍ଶାଯାଇଛି ଯେ ସାଇବର ଠକଙ୍କ ନୂଆ ତରିକା । ପାର୍ସଲ ନାଁରେ ଲୋକଙ୍କୁ ଲୁଟୁଛନ୍ତି ।

ସେଥିପାଇଁ ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇ ଓଡିଶା ପୋଲିସ ତରଫରୁ କୁହାଯାଇଛି ଯେ କୌଣସି କୋରିଅର କମ୍ପାନୀ କଷ୍ଟମ ଅଧିକାରୀଙ୍କ ନାଁ କହି ପଇସା ମାଗିଲେ ଦିଅନ୍ତୁ ନାହିଁ । ସଂପୃକ୍ତ ବ୍ୟକ୍ତିଙ୍କ କଥାରେ ଭୟଭୀତ ହୁଅନ୍ତୁ ନାହିଁ । ନିଜକୁ ଏନସିବି, ସିବିଆଇ ପୋଲିସ କିମ୍ବା ଇଡି ଅଫିସର ବୋଲି ପରିଚୟ ଦେଇ ଫୋନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସତ୍ୟାସତ୍ୟ ଯାଞ୍ଚ କରନ୍ତୁ ।

କାରଣ ଆପଣଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ । ଏଭଳି ଫୋନ ଆସିଲେ ତୁରନ୍ତ ସାଇବର କ୍ରାଇମ ଥାନାରେ ନଚେତ ସ୍ଥାନୀୟ ପୋଲିସ ସହ ଯୋଗଯୋଗ କରନ୍ତୁ । ଓଡିଶା ପୋଲିସ ପକ୍ଷରୁ ଏଭଳି ସଚେତନତା ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ