Masthead

ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ପାଟଣାଗଡ଼ ଅଞ୍ଚଳରେ ଲୁଟ୍ କରୁଥିବା ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଗୋଟିଏ ପରେ ଗୋଟିଏ ଲୁଟ୍ କରି ଏହି ଗ୍ୟାଙ୍ଗ ପୋଲିସର ନିଦ ହଜେଇ ଦେଇଥିଲା । ବନ୍ଧୁକ ଦେଖାଇ ଧମକ ଦେବା, ଟଙ୍କା ନଦେଲେ ଆକ୍ରମଣ କରିବା ଭଳି ଅନେକ କେସରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିଲା । ଲୁଟପାଟକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଥିଲା । ଏହି ଗ୍ୟାଙ୍ଗ୍ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିବା ସତ୍ୱେ ପୋଲିସ ଲୁଟେରା ଗ୍ୟାଙ୍ଗଙ୍କ ଟେର୍ ପାଉନଥିଲା ।

ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପାଟଣାଗଡ ଥାନାଧିକାରୀ କେ.ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ପାଟଣାଗଡର ବିଭିନ୍ନ ଜାଗାରେ ଚଢାଉ କରିଥିଲେ । ପାଟଣାଗଡ଼ ରାମପୁରର ଆବାଜ ମେହେର, ଅଏଁଲାତୁଙ୍ଗାର ପିତବାସ ସାହୁ, ବାଞ୍ଜିଝାଲର ରଂଜନ ବଗର୍ତି ଏବଂ ଗୁଣପୁର ରେଙ୍ଗାଲପଦର ଗାଁର ତପନ କୁମାର ଦାମୋଦରଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଏକ ବୋଲେରୋ, ଗୋଟିଏ ବୁଲେଟ, ନକଲି ବନ୍ଧୁକ, ଲୁହା ଛଡ଼, ବାଉଁଶ ଠେଙ୍ଗା ଓ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ ୪ଟି କେସରେ ସମ୍ପୃକ୍ତି ଥିବା ସ୍ୱୀକାର କରିଛନ୍ତି । ଶୁକ୍ରବାର ଏହି ୪ ଲୁଟେରାଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ୪ ଜଣ ସଦସ୍ୟ ଫେରାର ଥିବା ପାଟଣାଗଡ ଆଇଆଇସି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼