Masthead

ଆଗକୁ ଆହୁରି ଚ୍ୟାଲେଞ୍ଜିଂ: ଏସ.ଏନ୍ ଶ୍ରୀବାସ୍ତବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଟ୍ରାକ୍ଟର ପଦଯାତ୍ରା ହିଂସା ଘଟଣାରେ ଦିଲ୍ଲୀ ପୋଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ ପୋଲିସକୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ କହିଛନ୍ତି ଯେ ଆଗାମୀ କିଛିଦିନ ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ। ସେଥିପାଇଁ ଆମକୁ ସଜାଗ ରହିବା ଆବଶ୍ୟକ । ଶ୍ରୀବାସ୍ତବ କହିଛନ୍ତି,୨୬ ଜାନୁଆରୀରେ କୃଷକ ଆନ୍ଦୋଳନ ଏବଂ ହିଂସା ପରେ ମଧ୍ୟ ଆପଣ ବହୁତ ସଂଯମତା ଓ ଉତ୍ତମ ବୁଝାମଣା ପ୍ରଦର୍ଶନ କରିଛନ୍ତି । ଯଦିଓ ଆମେ ବଳ ପ୍ରୟୋଗ କରିପାରିଥାନ୍ତେ କିନ୍ତୁ ଆମେ ବୁଝାମଣା ଦେଖାଇଥିଲୁ । ଆପଣଙ୍କ ଆଚରଣ ଯୋଗୁଁ ଦିଲ୍ଲୀ ପୋଲିସ ଏହି ଚ୍ୟାଲେଞ୍ଜର ମୁକାବିଲା କରିବାରେ ସଫଳ ହୋଇଛି । କୃଷକ ଆନ୍ଦୋଳନରେ ହୋଇଥିବା ହିଂସାରେ ଆମର ୩୯୪ ସାଥୀ ଆହତ ହୋଇଛନ୍ତି । ତଥାପି ଆଗାମୀ କିଛିଦିନ ଆମ ପାଇଁ ଆହୁରି ଚ୍ୟାଲେଞ୍ଜିଂ ହୋଇପାରେ । ଆମକୁ ସଜାଗ ରହିବା ଆବଶ୍ୟକ । ଆମ ସମସ୍ତଙ୍କୁ ଆମର ଧୌର୍ଯ୍ୟ ଏବଂ ଅନୁଶାସନ ବଜାୟ ରଖିବାକୁ ପଡିବ । ଆପଣଙ୍କ ଧୌର୍ଯ୍ୟ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର