Masthead

ଦେଶରେ ବଢୁଛି ଭୋକିଲାଙ୍କ ସଂଖ୍ୟା

(ବଡ଼ ଖବର ବ୍ୟୁରୋ):   ଦିନକୁ ଦିନ ଭାରତରେ ବଢୁଛି ଭୋକିଲାଙ୍କ ସଂଖ୍ୟା । ଭୋକିଲାଙ୍କ ତାଲିକାରେ ଭାରତ ତଳକୁ ଖସି ଆସିଛି । ୨୦୨୧ ବିଶ୍ୱ ଭୋକିଲା ତାଲିକାରେ ଭାରତର ସ୍ଥିତି ଏବେ ଶୋଚନୀୟ । ଭାରତ ଏହି କ୍ଷେତ୍ରରେ ଏବେ ୧୦୧ ତମ ସ୍ଥାନକୁ ଖସି ଆସିଛି । ସାରା ବିଶ୍ୱରେ ୧୧୬ ଦେଶକୁ ନେଇ କରାଯାଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ଅତ୍ୟନ୍ତ ଦୟନୀୟ ସ୍ଥିତି ରହିଛି । ୨୦୨୦ ତୁଳନାରେ ଏହା ଆହୁରି ୭ଟି ସ୍ଥାନ ତଳକୁ ଖସି ଯାଇଥିଲା । ୨୦୨୦ରେ ଭାରତ ୯୪ ସ୍ଥାନରେ ଥିଲା ।

ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ କିନ୍ତୁ ଭାରତ ଆଗରେ ରହିଛି । ତାଲିକାରେ ୭୬ ନମ୍ବରରେ ନେପାଳ ଓ ବାଂଲାଦେଶ ରହିଥିବା ବେଳେ ୭୧ରେ ମିଆଁମାର , ୯୨ରେ ପାକିସ୍ତାନ ରହିଛି । ଦେଖିବାକୁ ଗଲେ କୋଭିଡ ଦ୍ୱାରା ଦେଶରେ ଲଗାଯାଇଥିବା କଟକଣା ଯୋଗୁ ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଦୋହଲି ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି । କରୋନା ପାଇଁ ଦେଶରେ ଗରିବ ଲୋକ ଆହୁରି ଗରିବ ହୋଇଯାଇଛନ୍ତି ।

ନିଜ ଝାଳ ବୁହାଇ ଦୀର୍ଘ ବର୍ଷ ଧରି ସଞ୍ଚୟ କରି ରଖିଥିବା ସମସ୍ତ ସଞ୍ଚିତ ଧନ ସରିଯାଇଛି । ଯାହା ପାଇଁ ଏବେ ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ କରେନାର ସ୍ଥିତିରେ ସୁଧାର ଆସିଛି ସତ ହେଲେ ଲେକମାନଙ୍କୁ କୌଣସି କାମଧନ୍ଦା ମିଳୁନି ।

ରିପୋର୍ଟ ଅନୁଯାୟୀ ଭାରତରେ ଶିଶୁ ଅପଚୟ ହାର ୧୯୯୮ରୁ ୨୦୦୨ ମଧ୍ୟରେ ୧୭.୧ ପ୍ରତିଶତରୁ ୨୦୧୬ ରୁ ୨୦୨୦ ମଧ୍ୟରେ ୧୭.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି ଖାଦ୍ୟ ପରିମାଣ, ଖାଦ୍ୟରେ ଥିବା ପୋଷଣ, ଶିଶୁ ମୃତ୍ୟହାର ଭଳି ବିଭିନ୍ନ ଦିଗକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ । ୧୧୬ ଦେଶକୁ ନେଇ ପ୍ରସ୍ତୁତି ହୋଇଥିବା ତାଲିକାର ସବୁଠୁ ତଳେ ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ରହିଛି । ତେବେ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଖାଦ୍ୟ ସୁରକ୍ଷା ଏବେ ବିପଦରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି