Masthead

ମାହାଙ୍ଗା ନାବାଳିକା ମୃତ୍ୟୁକୁ ନେଇ ବଢୁଛି ଅଡୁଆ

ମାହାଙ୍ଗା(ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୋପନପଡା ପଂଚାୟତର ସୁକୁଆପୋଡା ଗ୍ରାମରେ ଗତ ଜୁନ ମାସ ୧୮ ତାରିଖ ଦିନ ପ୍ରମୋଦ କୁମାର ଦାସଙ୍କ ଝିଅ ମୃତ୍ୟୁ ବରଣ କରିଥିଲେ l ପ୍ରାରମ୍ଭିକ ସ୍ତରରେ ଏକ ବାତ ଜନିତ ମୃତ୍ୟୁ ବୋଲି କହି ତାହାର ଶବ ସତ୍କାର କରିଥିଲେ l ପୋଲିସକୁ ନଜଣାଇବା ସହ ପୋଷ୍ଟମର୍ଟମ ମଧ୍ୟ କରାଯାଇନଥିଲା l

କିନ୍ତୁ ଏହି ମୃତ୍ୟୁ ଏକ ପ୍ରେମ ଜନିତ ଆତ୍ମହତ୍ୟା ଘଟଣା ବୋଲି ମାହାଙ୍ଗା ଅଂଚଳର ଜଣେ ରାଜନୈତିକ ବ୍ୟକ୍ତି ଓ ଅଭିଯୁକ୍ତ ମା’ର ଅଡିଓ ବାର୍ତ୍ତାଳପ ଟେପରୁ ସତ୍ୟ ପ୍ରଘଟିତ ହୋଇଥିଲା l ଏହି ଅଡିଓ ଭାଇରାଲ ପରେ ସ୍ଥାନୀୟ ସଂଗଠନର କିଛି ଯୁବକ ନ୍ୟାୟ ପାଇଁ ଦାବିକରିଥିବା ବେଳେ ଝିଅର ବାପା ଓ ଅନ୍ୟାନ୍ୟ କିଛି ବୁଦ୍ଧିଜୀବି ଏ ଅଡିଓ ଭାଇରାଲକୁ ଖଣ୍ଡନ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ମାହାଙ୍ଗାରେ ଉତ୍ତେଜନା ଜାରିରହିଛି l ଏବଂ ଏହି ଘଟଣାରେ ଜଣେ ସମାଜସେବୀ ଦିଲ୍ଲୀପ ସାହୁ ଅଡିଓ ଟେପ ଆଧାରରେ ମାହାଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ