Masthead

ବାଇକ ଧକ୍କାରେ ମୃତ୍ୟୁକୁ ନେଇ ରାସ୍ତାରୋକ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ କରାଯାଇଛି ରାସ୍ତାରୋକ । କ୍ଷତିପୂରଣ ଦାବିରେ ବଲାଙ୍ଗିର ପାଟଣାଗଡ଼ ୫୫ ନମ୍ବର ଜାତୀୟ ରାଜପଥ ବାନ୍ଧନବାଡି ଛକରେ ରାସ୍ତା ରୋକ କରାଯାଇଛି । ଖବର ପାଇ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଓ ତହସିଦାର ଲକ୍ଷଣ ମାଝୀ ଘଟଣାସ୍ଥଳକୁ ପହଁଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ରେଡ଼ କ୍ରସ ତରଫରୁ ମୃତକ ପରିବାରଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିବା ପରେ ରାସ୍ତାରୋକ ହଟିଥିଲା । ଘଟଣା ଅନୁସାରେ, ଗତକାଲି ମୋଟର ସାଇକେଲ ଶିରିଜ ଦୁର୍ଘଟଣାରେ ୬୦ ବର୍ଷୀୟ ବୃଦ୍ଧ ପୂର୍ଣ ପୁଟେଲଙ୍କ ମୃତ୍ୟ ହୋଇଥିଲା । ତାଙ୍କ ସହ ୪ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ପୂର୍ଣ ପୁଟେଲ ବାନ୍ଧନବାଡ଼ି ରାସ୍ତାକଡରେ ଛିଡ଼ା ହୋଇଥିଲା ବେଳେ ବଲାଙ୍ଗିର ପଟୁ ପାଟଣାଗଡ଼ ଆସୁଥିବା ଏକ ମୋଟର ସାଇକେଲ ଧକ୍କା ଦେଇଥିଲା । ଆଉ ଦୁଇ ଜଣ ଉଦ୍ଧାର କରୁଥିବା ବେଳେ ଆଉ ଏକ ବାଇକ ଆସି ସେମାନଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଗୁରୁତର ପାଞ୍ଚ ଜଣଙ୍କୁ ବଲାଙ୍ଗିର ନେଉଥିବା ବେଳେ ରାସ୍ତାରେ ପୂର୍ଣ୍ଣ ପୁଟେଲଙ୍କ ମୃତ୍ୟୁ ହୋଇଥିଲା। ଘଟଣା ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପାଟଣାଗଡ଼ ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା । ପରେ ଉତ୍ତେଜନା ଶାନ୍ତ ହୋଇଥିଲା।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼