Masthead

ଆହାତ ପତ୍ନୀଙ୍କୁ କାନ୍ଧରେ ବୋହିଲେ ବୃଦ୍ଧ

ପୁରୀ(ବଡ଼ ଖବର ବ୍ୟୁରୋ): ଆହାତ ପତ୍ନୀଙ୍କୁ କାନ୍ଧରେ ବୋହିଲେ ବୃଦ୍ଧ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଷ୍ଟେଚର ଓ ହ୍ୱିଲଚେୟାର ନମିଳିବାରୁ ଅସୁସ୍ଥ ପତ୍ନୀଙ୍କୁ କାନ୍ଧରେ ବୋହିଲେ ଜଣେ ଅଣ ଓଡ଼ିଆ ବୃଦ୍ଧ ।

ଅସୁସ୍ଥ ବୃଦ୍ଧା ଜଣକ ହେଲେ ମଧ୍ୟପ୍ରଦେଶର ୬୫ ବର୍ଷୀୟ କାଲା ବାଇ । କାଲା ବାଇ ଓ ତାଙ୍କ ସ୍ୱାମୀ ଭାଉ ସିଂ ପୁରୀ ବୁଲିବାକୁ ଆସିଥିଲେ । ଦମ୍ପତି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସମୁଦ୍ର କୂଳକୁ ପିଣ୍ଡ ଦାନ କରିବାକୁ ଯାଇଥିଲେ । ସେଠାରେ ପିଣ୍ଡ ଦାନ କରୁଥିବାବେଳେ ଜୁଆର ଟାଣି ନେବାରୁ କାଳା ପଡି ଯାଇଥିଲେ ।

ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ୱାମୀ ଭାଉ ସିଂ । କିନ୍ତୁ ସେଠାରେ କୌଣସି ସହାୟକ ନଥିବା ବେଳେ ଷ୍ଟେଚର କି ହ୍ୱିଲ ଚେୟାର ମଧ୍ୟ ମିଳିନଥିଲା । ପୁରୀ ଭଳି ଏକ ପର୍ଯ୍ୟଟନ କ୍ଷେତ୍ରରେ ଏଭଳି ଅବ୍ୟବସ୍ଥାକୁ ନେଇ ବୃଦ୍ଧ ଦମ୍ପତି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ? 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ?