Masthead

ରାଷ୍ଟ୍ରପତିଙ୍କ ସହ ଚା’ ପିଇବେ ଅଲିମ୍ପିଆନ

(ବଡ଼ ଖବର ବ୍ୟୁରୋ): ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ଭେଟିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୪ ତାରିଖରେ ରାଷ୍ଟ୍ରପତି ଭବନର ସଂସ୍କୃତି ଭବନରେ ଏକ ଚା’ ପିଆ କାର୍ୟ୍ୟକ୍ରମ ରଖାଯାଇଛି । ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡ଼ାବିତ୍ ଏଠାରେ ଯୋଗଦେବେ।

ଅଲମ୍ପିକ୍ ଗେମ୍ସ ଇତିହାସରେ ଭାରତ ଚଳିତ ଥର ଜବରଦସ୍ତ ପ୍ରଦର୍ଶନ କରିଛି । ହକି ଦଳ ୪୧ ବର୍ଷ ପରେ ପଦକ ହାସଲ କରି ଫେରିଛି । ପ୍ରଥମ ଭାରତୀୟ ଆଥଲେଟ ଭାବରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ନକଆଉଟ ମ୍ୟାଚରେ ପ୍ରବେଶ କରି ପାରିଥିଲା ।

ତେବେ ଦଳ ପଦକ ହାସଲ କରିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତା’ ସାଙ୍ଗକୁ ଭାରତୀୟ ଖେଳାଳି କୁସ୍ତି, ବ୍ୟାଡମିଣ୍ଟନ ଓ ଭାରୋତ୍ତଳ ଇଭେଣ୍ଟରେ ମଧ୍ୟ ପଦକ ହାସଲ କରି ଭାରତର ନାଁ ଟେକ ରଖିଛନ୍ତି ।ଏହାପରେ କ୍ରୀଡ଼ାବିତଙ୍କୁ ସହ ବହୁ ବିଶେଷ ବ୍ୟକ୍ତିମାନେ ଭେଟିବା ସହ ସେମାନଙ୍କ ଉପରେ ପୁରସ୍କାର ବର୍ଷା କରିଛନ୍ତି । ଏହାସହ ଅଗଷ୍ଟ ୧୫ ତାରିଖରେ କ୍ରୀଡ଼ାବିତମାନେ ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥି ଭାବେ ଲାଲ କିଲ୍ଲାରେ ଯୋଗ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ