ପାରାଦ୍ଵୀପ(ବଡ଼ ଖବର ବ୍ୟୁରୋ): ପାରାଦ୍ଵୀପରୁ ଆସିଛି ଏକ ହୃଦୟ ବିଦାରକ । ପୋଷା କୁକୁର ବାଡିକୁ ପଶିଯିବାରୁ ଜଣେ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼। ଗଛରୁ ଡାଳ ଭାଙ୍ଗି ବାଡେଇଲେ ପରିବାର ସଦସ୍ୟ। ଏହି ମାଡ଼ରେ ନାବାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପାରାଦ୍ଵୀପ ଅଭୟଚାନ୍ଦପୁର ଥାନା ଅଧିନ ରଙ୍ଗିଆଗଡର ରାମଚଣ୍ଡୀ ପଡ଼ାରେ। ଏ ସମ୍ପର୍କରେ ନାବାଳକ ଙ୍କ ମା ଅଭୟଚାନ୍ଦପୁର ଥାନା ରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ୮ ବର୍ଷର ଶିଶୁକୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଧା ସ୍ୱାଇଁ ଦାବୀ କରିଛନ୍ତି।