Masthead

ଆସନ୍ତା ସପ୍ତାହରେ ପେଗାସସ୍ ମାମଲାର ଶୁଣାଣି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ସପ୍ତାହରେ ହେବ ପେଗାସସ୍ ମାମଲାର ଶୁଣାଣି । ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗର ସ୍ୱତନ୍ତ୍ର ତଦନ୍ତ କରିବା ପାଇଁ ସୁପ୍ରିମ କୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବ । ଶୁକ୍ରବାର ସୁପ୍ରିମକୋର୍ଟ ଏହା କହିଛନ୍ତି ।

ବରିଷ୍ଠ ସାମ୍ବାଦିକ ଏନ ରାମ୍ ଏବଂ ଶଶୀ କୁମାରଙ୍କ ପକ୍ଷରୁ ଏହି ମାମଲାର ତଦନ୍ତ ଜଣେ କାର୍ଯ୍ୟରତ କିମ୍ବା ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ କରିବା ପାଇଁ ଆବେଦନ କରାଯାଇଛି । ସେମାନଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା ବରିଷ୍ଠ ଆଇନଜୀବୀ କପିଲ ସିବଲ କରୁଛନ୍ତି ।

ଉକ୍ତ ମାମଲାକୁ ତାଲିକାଭୁକ୍ତ କରିବା ପାଇଁ ସିବଲ ପ୍ରଧାନ ବିଚାରପତି ଏନ ଭି ରମଣାଙ୍କୁ ଅନୁରୋଧ କରୁଥିଲେ । ପେଗାସସ୍ ଏକ ପ୍ରସଙ୍ଗ ନୁହେଁ ବୋଲି ସରକାର କହିଛନ୍ତି । ଦ୍ୱିତୀୟ ସପ୍ତାହ ବି ହଟ୍ଟଗୋଳରେ ଗଲା । ତେବେ ସଂସାଦ ସୋମବାର ପର୍ଯ୍ୟନ୍ତ ମୁଲତବୀ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ