Masthead

 ଗିରଫ ହେଲେ ଅଭିନେତା ଗୌରବ

 ମୁମ୍ବାଇ(ବ଼ଡ ଖବର ବ୍ୟୁରୋ): ଡ୍ରଗସ୍ ମାମଲାରେ ଦିନକୁ ଦିନ ଛନ୍ଦି ହୋଇଯାଉଛନ୍ତି ସିନେମା ଜଗତର ତାରକା । ବଲିଉଡ୍ ହେଉ ବା ଟଲିଉଡ୍ ପ୍ରାୟ ସମସ୍ତେ ଡ୍ରଗସ କାରାବାର ସହ ଲିଙ୍କ ଥିବା ତଥ୍ୟ ସାମ୍ନାକୁ ଆସୁଛିି । ଫିଟୁଛି ସେଲିବ୍ରିଟି ମାନଙ୍କ ଅସଲି କଳାକାରନାମାର ଗୁମର । ନିକଟରେ ଟଲିଉଡ୍ ଅଭିନେତା ରାଣା ଦାଗୁବାଦୀ ଓ ରାକୁଲ ପ୍ରୀତଙ୍କ ସମେତ କିଛି ତାରକାଙ୍କୁ ଏନସିବି ସମନ ପାଇଁ ନୋଟିସ ଦେଇଥିଲା । ଆଉ ଏବେ ପୁଣି ଅଭିନେତା ଗୌରବ ଦିକ୍ଷିତିଙ୍କୁ ଗିରଫ କରିଛି ଏନସିବି । ଗତକାଲି ଗୌରବଙ୍କ ବାସଭବନରୁ ଏନସିବି ତାଙ୍କୁ ଗିରଫ କରିଥିଲା । ଏ ନେଇ ଏନସିବି ର ଜଣେ ଅଧିକାରୀ କହଛନ୍ତି । ଗତ କିଛି ଦିନ ଧରି ଏନସିବି ଗୌରବଙ୍କ ସନ୍ଧାନରେ ଥିଲା । ଶୁକ୍ରବାର ସନ୍ଧ୍ୟାରେ ଆନେ୍ଧରିର ଲୋଖଣ୍ଡୱାଲାରେ ଥିବା ବାସଭବନକୁ ଏନସିବି ଗୌରବଙ୍କୁ ଖୋଜିବା ପାଇଁ ଯାଇଥିଲା । ହେଲେ ସେଠାରେ ଗୌରବଙ୍କୁ ନ ପାଇ ବିପୁଳ ପରିମାଣର ଡ୍ରଗସ୍ ଜବତ କରିଥିଲା ଏନସିବି । ପରେ ଗୌରବଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ତାଙ୍କୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ହିପାଜତକୁ ପଠାଇଛି ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା