ଗିରଫ ହେଲେ ଅଭିନେତା ଗୌରବ

 ମୁମ୍ବାଇ(ବ଼ଡ ଖବର ବ୍ୟୁରୋ): ଡ୍ରଗସ୍ ମାମଲାରେ ଦିନକୁ ଦିନ ଛନ୍ଦି ହୋଇଯାଉଛନ୍ତି ସିନେମା ଜଗତର ତାରକା । ବଲିଉଡ୍ ହେଉ ବା ଟଲିଉଡ୍ ପ୍ରାୟ ସମସ୍ତେ ଡ୍ରଗସ କାରାବାର ସହ ଲିଙ୍କ ଥିବା ତଥ୍ୟ ସାମ୍ନାକୁ ଆସୁଛିି । ଫିଟୁଛି ସେଲିବ୍ରିଟି ମାନଙ୍କ ଅସଲି କଳାକାରନାମାର ଗୁମର । ନିକଟରେ ଟଲିଉଡ୍ ଅଭିନେତା ରାଣା ଦାଗୁବାଦୀ ଓ ରାକୁଲ ପ୍ରୀତଙ୍କ ସମେତ କିଛି ତାରକାଙ୍କୁ ଏନସିବି ସମନ ପାଇଁ ନୋଟିସ ଦେଇଥିଲା । ଆଉ ଏବେ ପୁଣି ଅଭିନେତା ଗୌରବ ଦିକ୍ଷିତିଙ୍କୁ ଗିରଫ କରିଛି ଏନସିବି । ଗତକାଲି ଗୌରବଙ୍କ ବାସଭବନରୁ ଏନସିବି ତାଙ୍କୁ ଗିରଫ କରିଥିଲା । ଏ ନେଇ ଏନସିବି ର ଜଣେ ଅଧିକାରୀ କହଛନ୍ତି । ଗତ କିଛି ଦିନ ଧରି ଏନସିବି ଗୌରବଙ୍କ ସନ୍ଧାନରେ ଥିଲା । ଶୁକ୍ରବାର ସନ୍ଧ୍ୟାରେ ଆନେ୍ଧରିର ଲୋଖଣ୍ଡୱାଲାରେ ଥିବା ବାସଭବନକୁ ଏନସିବି ଗୌରବଙ୍କୁ ଖୋଜିବା ପାଇଁ ଯାଇଥିଲା । ହେଲେ ସେଠାରେ ଗୌରବଙ୍କୁ ନ ପାଇ ବିପୁଳ ପରିମାଣର ଡ୍ରଗସ୍ ଜବତ କରିଥିଲା ଏନସିବି । ପରେ ଗୌରବଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ତାଙ୍କୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ହିପାଜତକୁ ପଠାଇଛି ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!