ସରକାରଙ୍କ ସତ୍ୟପାଠକୁ ହାଇକୋର୍ଟର ପ୍ରତ୍ୟାଖାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ଝଟକା । ସରକାରଙ୍କ ସତ୍ୟପାଠକୁ ଗ୍ରହଣ କଲେନି ହାଇକୋର୍ଟ । ମହାମାରୀ କୋଭିଡରେ ରାଜ୍ୟରେ ଯେତେ ଜଣଙ୍କ ମୃତ୍ୟୁ ହୋଇଥିଲା ତାର ରିପୋର୍ଟକୁ ନେଇ ଅନେକ ଅଭିଯୋଗ ହୋଇଥିଲା । ସେନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବିସ୍ତୃତ ତଥ୍ୟ ମାଗିଥିଲା । ସରକାରୀ ରିପୋର୍ଟରେ ତାଳମେଳ ନଥିବା ଅଭିଯୋଗ ହୋଇଥିଲା । ତେବେ ସରକାର ଏନେଇ ହାଇକୋର୍ଟରେ ଏହ ତିନି ପାରା ବିଶିଷ୍ଟ ଏକ ସତ୍ୟପାଠ ଦାଖଲ କରିଥିଲେ ।

ହେଲେ ତଥାପି ସରକାରଙ୍କ ଏହି ସତ୍ୟପାଠରେ ହାଇକୋର୍ଟ ସନ୍ତୁଷ୍ଟ ହୋଇନାହିଁ। ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଅତ୍ୟାଧୁନିକ ତଥ୍ୟ ଦାଖଲ କରିବାକୁ । ଯାହାକି ପରବର୍ତ୍ତୀ ତାରିଖ ଅର୍ଥାତ ସେପ୍ଟେମ୍ବର ୭ରେ ଘୋଷଣା ହେବ । ପ୍ରଧାନ ବିଚାରପତି ଏସ ମୁରଲୀଧର ଏବଂ ଜଷ୍ଟିସ୍ ବିପି ରାଉତରାୟ ଏହି ଆଫିଡେଭିଟ ପ୍ରତି ଗୁରୁତ୍ବ ଦେଉଛନ୍ତି । ତେବେ ସରକାର ଯେଉଁ ଅଟିଡ ରିପୋର୍ଟ ତିନି ପାରାଗ୍ରାଫ ବିଶିଷ୍ଟ ଦେଇଛନ୍ତି ତାକୁ ମାନ୍ୟବର ହାଇକୋର୍ଟ ପ୍ରତ୍ୟାଖାନା କରିଦେଇଛନ୍ତି ।

ଏହା ସହ ମାନ୍ୟବର ହୋଇକୋର୍ଟ କହିଛନ୍ତି ୧୫ ଜୁଲାଇ ପର୍ଯ୍ୟନ୍ତ ଏହାକୁ ପ୍ରତି ଜିଲ୍ଲା ଅନୁଯାୟୀ ରିପୋର୍ଟ କରାଯାଇ ଦାଖଲ କରାଯାଉ । ତେବେ ଯଦି ଜିଲ୍ଲା ଅନୁଯାୟୀ ମୃତ୍ୟୁ ରିପୋର୍ଟ ଦେଖିବା ସେ ରିପୋର୍ଟରେ ୩୦ ଜିଲ୍ଲାରୁ ୯ ଲକ୍ଷ ୪୯ ହାଜର ୯୨୯ଙ୍କ ମୃତ୍ୟୁ ଦର୍ଶାଯାଉଛି । ସରକାର ଦାଖଲ କରିଥିବା ରିପୋର୍ଟରେ ଏହା ମାତ୍ର ୪ ହଜାର ୯୨୫ ଦର୍ଶାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ