Before Header

କାନ୍ଦରେ ଫାଟୁଛି ଗାଁଦାଣ୍ଡ

0 37

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): କାନ୍ଦରେ ଫାଟି ପଡ଼ୁଛି ଗାଁଦାଣ୍ଡ । ସମସ୍ତଙ୍କ ଆଖିରେ ଲୁହ । ଦେଶ ପାଇଁ ସମର୍ପିତ ଥିବା ଜଣେ ଯବାନଙ୍କ ହୋଇଛି ଅକାଳ ବିୟୋଗ । ପାର୍ଥିବ ଶରୀର ବଲାଙ୍ଗୀର ଜନ୍ମ ମାଟିରେ ପହଞ୍ଚିଲା ପରେ ଗାଆଁରେ ଖେଳିଯାଇଛି ଶୋକର ଛାୟା । ସେପଟେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଗାଁ ଜନ୍ମ ମାଟିରେ ଶେଷ କୃତ୍ୟ ସଂପନ୍ନ ହୋଇଛି। ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ବାଗଡୁରା ଗ୍ରାମର ପ୍ରତାପ ନିଆଲ ଦୀର୍ଘ ୧୧ ବର୍ଷ ହେବ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ଥିଲେ। ଏସଏସବି ଯବାନ ଭାବରେ ବିହାର ରାଜ୍ୟ ପାଟଣାରେ ସେ ନିୟୋଜିତ ଥିଲେ।

ତେବେ ଗତ ଦୁଇ ବର୍ଷ ହେବ ସେ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କର ଚିକିତ୍ସା ସୈନିକ ହସ୍ପିଟାଲରେ ଚାଲିଥିଲା। ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ପରେ ତାଙ୍କର ମର ଶରୀର ତାଙ୍କ ଜନ୍ମ ମାଟି ଗାଁକୁ ଅଣାଯାଇଥିଲା । ସେପଟେ ପ୍ରଶାସନିକ ଅଧିକାରୀ, ପୋଲିସ୍ ଓ ଯବାନ ମାନେ ମଧ୍ୟ ଏଠି ଉପସ୍ଥିତ ଥିଲେ। ଗାଆଁରେ ବନ୍ଦେମାତରମ୍ ଓ ଯବାନ ପ୍ରତାପ ନିଆଲ୍ ଆମର ରହେ ବୋଲି ସମସ୍ତେ ନାରା ଦେଇ ଥିଲେ। ସ୍ଥାନୀୟ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

Leave A Reply

Your email address will not be published.