Masthead

ବିଦ୍ୟୁତ ବିଭାଗର ଖାମଖିଆଲି କାମ, ଚାଲିଗଲା ନିରୀହ ଶିଶୁର ଜୀବନ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର ଭୁଲ କାମଯୋଗୁଁ ଅକାରଣରେ ଚାଲିଗଲା ସାତ ବର୍ଷର ଝିଅର ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଜନକେଡା ଗ୍ରାମର ଜଣେ ସାତ ବର୍ଷର ଶିଶୁକନ୍ୟା ଖେଳୁଥିବା ସମୟରେ ଘର ସମ୍ମୁଖରେ ଥିବା ଇଲେକ୍ଟ୍ରିପୋଲ ସଂସ୍ପର୍ଶରେ ଆସି ଅଚେତ ହୋଇପଡିଲେ । ପରିବାର ଲୋକେ ପ୍ରଥମେ ତାଲପାଲି ଡାକ୍ତରଖାନା ଓ ପରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ପଦ୍ମପୁର ଡାକ୍ତରଖାନାରେ ଡାକ୍ତର ଶିଶୁକନ୍ୟାକୁ ମୄତ ଘୋଷଣା କରିଥିଲେ ।

ବିଦ୍ୟୁତ ଖୁଣ୍ଟ ଗୁଡିକ ମୁକୁଲା ଭାବରେ ପଡିରହିଛି ତଥା ବିଦ୍ୟୁତ ବିଭାଗ ପକ୍ଷରୁ ଠିକ ଭାବରେ ରକ୍ଷଣାବେକ୍ଷଣ ଯାଞ୍ଚ ନ କରିବା ଏବଂ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ କାରଣରୁ ବିଭିନ୍ନ ସମୟରେ ନିରିହ ଲୋକଙ୍କ ପ୍ରାଣବାୟୁ ଉଡିଯାଉଛି । ଜନକେଡା ଅଞ୍ଚଳରେ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ମୄତ ଶିଶୁର ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା