Masthead

‘ବିକଶିତ ଭାରତର ନିଅଁ ମଜବୁତ ହେଉଛି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଅଗଷ୍ଟ ୨୫ ଅର୍ଥାତ୍‌ ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ୟ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହା ‘ମନ୍‌ କି ବାତ୍‌’ର ୧୧୩ ତମ ଏପିସୋଡ୍‌। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୮ ଜୁଲାଇରେ ‘ମନ୍‌ କି ବାତ୍‌’ର ୧୧୨ ତମ ଏପିସୋଡକୁ ସମ୍ବୋଧିତ କରିଥିଲେ। ତା’ପରେ ପ୍ରଧାନମନ୍ତ୍ରୀ ପ୍ୟାରିସ ଅଲିମ୍ପିକ୍ସ, ଗଣିତ ଅଲିମ୍ପିଆଡ, ଆସାମ ମୋଇଡାମ, ଟାଇଗର ଦିବସ, ଜଙ୍ଗଲ ସଂରକ୍ଷଣ ଏବଂ ସ୍ବାଧୀନତା ଦିବସ ବିଷୟରେ କହିଥିଲେ।

ଏହି ସମୟରେ ପିଏମ ମୋଦି ପୁଣି ଥରେ ଦେଶର ଉପଲବ୍ଧି ବିଷୟରେ କହିଛନ୍ତି, ଦେଶର ଲୋକେ ସାମୂହିକ ପ୍ରୟାସ କରିଛନ୍ତି । ଏକବିଂଶ ଶତାଦ୍ଦୀରେ ଭାରତ ବହୁତ କିଛି କରୁଛି ଯାହା ଏକ ବିକଶିତ ଭାରତର ନିଅଁକୁ ମଜବୁତ କରୁଛି । ୨୩ ଅଗଷ୍ଟରେ ରାଷ୍ଟ୍ର ଚନ୍ଦ୍ରାୟନ -୩ ସଫଳତାର ଉତ୍ସବ ପାଳନ କରି ପ୍ରଥମ ଜାତୀୟ ଅନ୍ତରୀକ୍ଷ ଦିବସ ପାଳନ କରିଛି । ଗତ ବର୍ଷ ଏହି ଦିନ ଚନ୍ଦ୍ରାୟନ -୩ ଚନ୍ଦ୍ରମାର ଦକ୍ଷିଣ ଭାଗ ଶିବ- ଶକ୍ତି ବିନ୍ଦୁରେ ସଫଳତାପୂର୍ବକ ଲ୍ୟାଣ୍ଡିଂ କରିଥିଲା । ମନ କି ବାତ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ପିଏମ୍ ମୋଦି କହିଥିଲେ କି, ସ୍ବତନ୍ତ୍ରତା ସଂଗ୍ରାମ ସମୟରେ ସମସ୍ତ କ୍ଷେତ୍ରରୁ ବହୁ ଲୋକ ଆସିଥିଲେ ହୋଇପାରେ ତାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା । ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ଭାରତର ସ୍ବାଧିନତା ପାଇଁ ସମର୍ପିତ କରିଦେଇଥିଲେ ।

ଆଜି ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ଲାଗି ଆମେ ସେହି ଭାବନାକୁ ପୁଣି ଥରେ ଉଜାଗର କରିବାର ଜରୁରୀ ଅଛି । ଚଳିତ ବର୍ଷ ମୁଁ ଲାଲ୍‌କିଲ୍ଲାରୁ ଏକ ଲକ୍ଷ ଯୁବକଙ୍କୁ ରାଜନୈତିକ ପୃଷ୍ଠଭୂମି ବିନା ରାଜନୈତିକ ବ୍ୟବସ୍ଥାରେ ଯୋଡ଼ିବାକୁ ଏକ ଆହ୍ବାନ ଦେଇଛି। ଏହା ଉପରେ ମୋତେ ଜବରଦସ୍ତ ପ୍ରତିକ୍ରିୟା ବି ମିଳିଛି। ଏଥିରୁ ଜଣାପଡୁଛି ଆମ ଦେଶର ଅନେକ ଯୁବକ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ କେବଳ ଉପଯୁକ୍ତ ସୁଯୋଗ ଏବଂ ସଠିକ ମାର୍ଗଦର୍ଶନ ଖୋଜୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ପରାମର୍ଶ ପଠାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୁଁ ଆଶା କରୁଛି ଯେ, ବର୍ତ୍ତମାନ ଆମର ସାମୂହିକ ଉଦ୍ୟମ ସହିତ ରାଜନୈତିକ ପୃଷ୍ଠଭୂମି ନ ଥିବା ଭଳି ଯୁବକମାନେ ମଧ୍ୟ ରାଜନୀତିରେ ଆଗକୁ ବଢ଼ିପାରିବେ, ସେମାନଙ୍କ ଅଭିଜ୍ଞତା ଏବଂ ସେମାନଙ୍କର ଉତ୍ସାହ ହେବ ଦେଶ ପାଇଁ ଉପଯୋଗୀ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା