Masthead

ପାକିସ୍ତାନ ଯିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ

(ବଡ଼ ଖବର ବ୍ୟୁରୋ) :  ବଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ପାକିସ୍ତାନ ଗସ୍ତରେ ଯିବେ । ଚୀନ ମଧ୍ୟସ୍ଥତାରେ ଚୂଡ଼ାନ୍ତ ହୋଇଥିବା ଏହି ହାଇପ୍ର୍ରୋଫାଇଲ ଗସ୍ତ ପାଇଁ ଦୁଇ ଦେଶର ସରକରୀ କଳ ଆନୁସଙ୍ଗିକ ପ୍ରସ୍ତୁତ ଆରମ୍ଭ କରିଦେଇଥିବା ଜଣାପଡିଛି । ଦିନକ ପୂର୍ବେ ହସିନା ଢାକାରେ ଅବସ୍ଥାପିତ ପାକିସ୍ତାନର ଉଚ୍ଚାୟୁକ୍ତ ଇମରାନ ଅହମଦ ସିଦ୍ଦୀକୀଙ୍କ ସହ ଆଲୋଚନା କରିଥିଲେ । ତେବେ ଏହି ଅବସରରେ ହସିନା ପାକିସ୍ତାନ ସହ ବାଣିଜ୍ୟିକ ଓ ଆର୍ଥିକ ସମ୍ପର୍କ ଦୃଢ କରିବେ ବୋଲି କହିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ପାଇଁ ଉଭୟ ଦେଶର ନେତୃବର୍ଗ ସହମତ ବୋଲି ପାକିସ୍ତାନର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛ । ୧୧ ମାସ ଭିତରେ ପାକ ଉଚ୍ଚାୟୁକ୍ତଙ୍କ ସହ ଏହା ହସିନାଙ୍କ ଦ୍ୱିତୀୟ ସାକ୍ଷାତ ଥିଲା । ସୂଚାନ ଅନୁସାରେ ପାକିସ୍ତାନ-ବାଂଲାଦେଶ ସମ୍ପର୍କରେ ଖୁବ ଭଟ୍ଟା ପଡିଯାଇଥିଲା । ପାକିସ୍ତାନ ଚାହିଁଛି ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ଉଦ୍ଦେଶ୍ୟରେ ସଚିବସ୍ତରୀୟ ଆଲୋଚନା ପୁଣି ଥରେ ଆରମ୍ଭ ହେଉ । ତେବେ ଗତ ବର୍ଷ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫୋନ ଦ୍ୱାରା ହସିନାଙ୍କ ସହ କଥା ହୋଇଥିଲେ । ଶେଖ ହସିନା ୨୦୦୯ରେ ଦ୍ୱିତୀୟ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ  ହେବା ପରେ ୧୯୭୧ର ଯୁଦ୍ଧ ଅପରାଧ ସମ୍ବନ୍ଧୀୟ ମୋକଦ୍ଦମା ଗୁଡିକୁ ପୁଣି ଆରମ୍ଭ କରାଇଥିଲେ ।

୧୯୭୧ର ସରସଂହାର ପାଇଁ କ୍ଷମା ମାଗୁ ବୋଲି ବାଂଲାଦେଶ ଅନେକ ଦିନ ହେଲା ଦାବି କରିଆସୁଛି । ବାଂଲାଦେଶର ମନ୍ତ୍ରୀ ଶହରିୟାର ଆଲମ ବାଂଲାଦେଶରେ ରହିଯାଇଥିବା ପାକିସ୍ତାନୀମାନଙ୍କୁ ପ୍ରତ୍ୟାବର୍ତ୍ତନକୁ ପୂର୍ଣ୍ଣାଙ୍ଗ କରିବା ଏବଂ ସମ୍ପତ୍ତି ବଣ୍ଟନ ବିବାଦ ତୁଟାଇବା ସହିତ ରସଂହାର ପାଇଁ ଆନିଷ୍ଠାନିକ ଭାବେ ପାକିସ୍ତାନ କ୍ଷମା ମାଗୁ ବୋଲି ଦାବି ଦୋବରାଇଥିଲା । କିନ୍ତୁ ଏବେ ଚୀନର ମଧ୍ୟସ୍ଥତା ଯୋଗୁ ଦୁଇ ଶତ୍ରୁ ରାଷ୍ଟ୍ର ନିକଟତର ହେବାକୁ ଯାଉଛନ୍ତି ।

ଚୀନ ଉଭୟ ଦେଶକୁ ବିପୁଳ ଋଣ ଦେଉଛି ଯାହା ଯୋଗୁ ଦୁଇ ଦେଶର ଅର୍ଥ ବ୍ୟବସ୍ଥା ଚାଲିଛି । ଚୀନରୁ ବାଂଲାଦେଶ ବାର୍ଷିକ ପ୍ରାୟ ୧୫ ବିଲିୟନ ଡଲାରର ସାମଗ୍ରୀ ଆମଦାନି କରୁଛି । ସୂଚନା ଅନୁଯାୟୀ ଚୀନର ଚାଲ ହେଉଛି ପାକିସ୍ତାନ ଓ ବାଂଲାଦେଶକୁ ସାଥୀରେ ନେଇ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା । ଯଦି ଏହି ଦୁଇ ଦେଶ ଚୀନର ଛତ୍ରଛାୟାରେ ବନ୍ଧୁ ପାଲଟି ଯାଅନ୍ତି , ଭାରତର ଦୁଶ୍ଚିନ୍ତା ବଢିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ