ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହି ମତଦାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ଭୋଟ୍ ଦେଇଛନ୍ତି ମୋଦି। ମୋଦି ଗତ ରାତିରେ ଗାନ୍ଧିନଗରସ୍ଥିତ ରାଜଭବନରେ ରହିଥିବା ବେଳେ ଆଜି ସକାଳ ସାଢେ ୭ଟାରେ ଭୋଟ ଦେବା ନିମନ୍ତେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ମୋଦିଙ୍କ ସ୍ୱାଗତ କରିଥିଲେ। ମତଦାନ ପରେ ପ୍ରଧାନମନ୍ତ୍ରୀ ବାହାର ଥିବା କିଛି ସାଧାରଣ ଜନତାଙ୍କୁ ନିଜର ଅଟୋଗ୍ରାଫ ଦେଇଥିଲେ । ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ । ମୋଦି ଜନସାଧଶରଣଙ୍କୁ ଅପିଲ କରି କହିଛନ୍ତି, ମତଦାନ ଏକ ସାମାନ୍ୟ ଦାନ ନୁହେଁ। ଏହା ଦେଶକୁ ଆଗକୁ ନେଇଯିବା ପାଇଁ ଅତ୍ୟନ୍ତ ଜରୁରୀ। ଗଣତନ୍ତ୍ରର ଏହି ପର୍ବରେ ସମସ୍ତଙ୍କ ଭାଗିଦାରୀ ଜରୁରୀ। ତେଣୁ ନିଜ କର୍ତ୍ତ୍ୟବରୁ ପଛକୁ ନ ହଟିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ମୋଦି କହିଥିଲେ, ମତଦାନ ଦ୍ୱାରା ଆମ ଦେଶର ଆଗାମୀ ଭବିଷ୍ୟତ ନିର୍ଦ୍ଧାରିତ ହେବ । ତେଣୁ ରେକର୍ଡ ସଂଖ୍ୟାରେ ମତଦାନ କରିବା ନିହାତି ଆବଶ୍ୟକ । ସକ୍ରିୟ ମତଦାନ ଦ୍ୱାରା ଉତ୍ସାହ ଅଧିକ ବଢ଼ିବ ବୋଲି କହି ଭୋଟରଙ୍କୁ ଉତ୍ସାହିତ କରିଛନ୍ତି ମୋଦି। ଅତ୍ୟଧିକ ଖରା ହେଉଥିବାରୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ ପ୍ରଚୁର ପରିମାଣର ପାଣି ପିଇବାକୁ ଲୋକଙ୍କୁ ଉପଦେଶ ଦେଇଛନ୍ତି ମୋଦି। ଏଥିସହ ସେ କହିଛନ୍ତି, ପ୍ରଥମେ ମତଦାନ, ପରେ ଜଳପାନ । ଅର୍ଥାତ ପ୍ରଥମେ ମତଦାନ ପରେ ନିଜର ଅନ୍ୟ ସମସ୍ତ କାମ କରିବାକୁ ସେ ଲୋକଙ୍କୁ ଅପିଲ୍‌ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’